ଶୌଚ ହେବାକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ସରମରା ଗ୍ରାମରେ ଶୌଚ ହେବାକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତି ଜଣକ ଏବେ ଚିକିତ୍ସାଧିନ ଅଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ସରମରା ଗ୍ରାମର ସୁଲୋଚନା ସାହୁଙ୍କ ଘର ଓ ବାଡି ପାଖ ସ୍ଥାନରେ ଗ୍ରାମର ଜନୈକ ବ୍ୟକ୍ତି ଶୌଚ କରୁଥିବା ନେଇ ସୁଲୋଚନାଙ୍କ ସ୍ୱାମୀ ମାଧବାନନ୍ଦ ପଚାରିଥିଲେ । ଏଥିନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ବନ୍ତ ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ ସୁଲୋଚନା ସାହୁ ଅଭିଯୋଗ କରିଛନ୍ତି ।


