ମିଶନ ଶକ୍ତିକୁ ସୁଦୃଢ କରିବା ସମସ୍ତଙ୍କର ଦାୟିତ୍ୱ : ଜିଲ୍ଳ୍ାପାଳ
ଯାଜପୁର, ( ଯୁଗାବ୍ଦ ନ୍ୟୁଜ୍) : ମିଶନ ଶକ୍ତିର ଅଭ୍ୟୁଦୟ ଓ ବିକାଶ ଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତ ଦେଇଚ୍ଥନ୍ତି । ସୋମବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କର୍ସ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ପ୍ରଦାନ କରାଯାଊଥିବା ଋଣ କିପରି ସହଜ ଓ ସରଳ ଭାବେ ସେମାନେ ପାଇବେ ଓ ଶୁଝିବେ ସେ ସଂପର୍କରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଳ୍ାପାଳ ଶ୍ରୀ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ସରକାର ମିଶନ ଶକ୍ତିକୁ ୫ ଟି ବ୍ୟବସ୍ଥା ମଧ୍ୟରେ ସ୍ଥାନୀତ କରିବା ସହ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେଊଚ୍ଥନ୍ତି ବୋଲି କହିଥିଲେ । ଏପରିକି ବିଭିନ୍ନ ପ୍ରକଳ୍ପ ଓ ଊତ୍ପାଦନ ପାଇଁ ବିନା ସୁଧରେ ଋଣ ମଧ୍ୟ ପ୍ରଦାନ କରାଯାଊଚ୍ଥି । ତେବେ ଏହି ଋଣ ପ୍ରଦାନ ସମୟରେ ବ୍ୟାଙ୍କର୍ସ ମାନେ ସହଯୋଗ କରୁ ନଥିବାର ଅଭିଯୋଗ ଆସୁଚ୍ଥି । ଯଦି କୈାଣସି ସମସ୍ୟା ରହିଚ୍ଥି ତେବେ ବ୍ୟାଙ୍କର୍ସ ମାନେ ଏହି ବୈଠକରେ ଜଣାନ୍ତୁ ବୋଲି ଜିଲ୍ଳ୍ାପାଳ ଆହ୍ୱାନ ଦେଇଥିଲେ । ଯଦି ସମସ୍ୟା ନାହିଁ ତେବେ ବିଧି ବ୍ୟବସ୍ଥା ଅନୁସାରେ ଋଣ ପ୍ରଦାନକୁ ତ୍ୱରାନ୍ୱିତ କରାଯାଊ । ଅପର ପକ୍ଷରେ ଅନେକ ଗୋଷ୍ଠୀ ଆବେଦନ କରିଥିଲେ ମଧ୍ୟ ସେମାନଙ୍କର ଗ୍ରେଡିଂ, ସ୍ପୋନସରସିପ ଓ ବ୍ୟାଙ୍କ ଲିଙ୍କେଜ୍ ହୋଇ ନଥିବାରୁ ଜିଲ୍ଳ୍ାପାଳ ବିରକ୍ତି ପ୍ରକାଶ କରିବା ସହ ଚଳିତ ମାସ ୩୦ ତାରିଖ ସୁଦ୍ଧା ଗ୍ରେଡିଂ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଊଁ ମାନଙ୍କର ଗ୍ରେଡିଂ ସରିଚ୍ଥି ୨୦ ତାରିଖ ସୁଦ୍ଧା ସ୍ପୋନସରସିପ୍ ପାଇଁ ଓ ସ୍ପୋନସରସିପ ହୋଇଥିଲେ ଚଳିତ ମାସ ୩୦ ତାରିଖ ସୁଦ୍ଧା ବ୍ୟାଙ୍କ ଲିଙ୍କେଜ୍ ବ୍ୟବସ୍ଥା କରିବାକୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରତିଦିନ ଏହାର ମନିଟରିଂ ସଂପୃକ୍ତ ସି.ଡି.ପି.ଓ. ମାନେ କରି ହ୍ୱାଟସପ୍ ଗ୍ରୁପରେ ତଥ୍ୟ ନିୟମିତ ପ୍ରଦାନ ପାଇଁ ଶ୍ରୀ ଦାସ କଡା ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ଳ୍ମୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ ସହ ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । ମିଶନ ଶକ୍ତିର ଜିଲ୍ଳ୍ା ସଂଯୋଜିକା ସଂଯୁକ୍ତା ସାହୁ ବିସ୍ତୃତ ସୂଚନା ଦେଇ ଜିଲ୍ଳ୍ାରେ ପ୍ରାୟ ୨୬ ହଜାରରୁ ଊଦ୍ଧ୍ୱର୍ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ୫୦୨୩ ଟି ଗୋଷ୍ଠୀଙ୍କୁ ୭୫ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ବ୍ୟାଙ୍କ ମାନଙ୍କ ଦ୍ୱାରା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଚ୍ଥି ବୋଲି କହିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ଏଲ୍.ଡି.ଏମ୍., ସି.ଡି.ପି.ଓ., ସୁପରଭାଇଜର ଓ ମିଶନ ଶକ୍ତିର ବ୍ଳ୍କ ସଂଯୋଜକ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


