ବେଲଗୁଣ୍ଠା ସହରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୁଜା ପାଳିତ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ସହର ଓ ଏହାର ଆଖପାଖ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୁଜା ଧୁମଧମାରେ ପାଳିତ ହୋଇଯାଇଛି ।ସହରର ସାଇ ଆଇ.ଟି.ଆଇ,ଲକ୍ଷ୍ମୀନାରାୟଣ ଅଟୋମୋବାଇଲ ଓ ୱେଲଡିଂ ସପ୍,ବମ୍ବେ ଷ୍ଟିଲ୍ ୱାର୍କସପ୍,ଜନସ୍ୱାସ୍ଥ୍ୟ ବିଭାଗ,କଣ୍ଟେଇପଲ୍ଲୀ ବିଦ୍ୟୁତ ବିଭାଗ, କ୍ଷତ୍ରିୟ ବରପୁର ମାଁ ବୁଢ଼ାକେନ୍ଦୁ ଆଇ.ଟି.ଆଇ ଇତ୍ୟାଦି ଅନୁଷ୍ଠାନରେ ବିଶ୍ୱକର୍ମା ଙ୍କ ପୁଜା ସମାରୋହରେ ପାଳିତ ହୋଇଯାଇଛି ।ଆଜି ବେଲଗୁଣ୍ଠା ସହରସ୍ଥିତ ସାଇ ଆଇ.ଟି.ଆଇଠାରେ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ରଙ୍କ ପରିଚାଳନାରେ ବିଶ୍ୱକର୍ମାଙ୍କ ପୁଜା ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର ଅଧ୍ୟାପକ ବ୍ରଜକିଶୋର ମହାରଣା କର୍ତା ଭାବେ ପୁଜା ସମ୍ପାଦନ କରିଥିଲେ ।ଆଇ.ଟି.ଆଈ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।ପ୍ରଦୀପ ମହାରଣା,ଗୋପାଳ ବେହେରା, ରାଜକୁମାର ସାମନ୍ତରାୟ,ଶିଶିର ବିଷୋୟୀ,ସୁଶୀଲକାନ୍ତ ସାହୁ, ସୁନୀଲ ସ୍ୱାଇଁ,ଉପେନ୍ଦ୍ରଭଞ୍ଜ ପତି,ଜଗଦିଶ ପାଢ଼ୀ,ପୁଷ୍ପା ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।


