କନେଷ୍ଟବଳ ଲାଠିରେ ଦାଦନ ଶ୍ରମିକର ଚକ୍ଷୁ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାରିପଦା ରିଜର୍ଭ ପୋଲିସରେ କାର୍ଯ୍ୟରତ କନେଷ୍ଟବଳଙ୍କ ଅସାବଧାନତା ଲାଠି ମାଡରେ ଫେରନ୍ତା ଦାଦନ ଶ୍ରମିକର ଚକ୍ଷୁ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଅକ୍ଟୋବର ୨୭ ତାରିଖ ଦିନ ବାରିପଦା ପୌରାଞ୍ଚଳର ୨୫ ନମ୍ବର ଓ୍ବାର୍ଡର ସିପୁ ଦାସ ଔଷଧ କିଣିବା ପାଇଁ ଷ୍ଟେସନ ବଜାରକୁ ଆସିଥିଲେ । ଫେରିବା ସମୟରେ ପାଲବଣି ବାଇପାଶ ନିକଟର ଗାଡି ମୋଟର ଯାଞ୍ଚ ଦେଖି ସିପୁ ରାସ୍ତା ପାର୍ଶ୍ବରେ ପାର୍କିଂ କରୁଥିବା ବେଳେ ରିଜର୍ଭ ପୋଲିସର କାର୍ଯ୍ୟର କନେଷ୍ଟବଳଙ୍କ ଅପରିଣାମଦର୍ଶୀ ଲାଠି ମାଡରେ ଯୁବକର ମଥାରେ ନ ବାଜି ଆଖିରେ ମାଡ଼ ହୋଇଥିଲା ଓ ରକ୍ତ ତୋପା ତୋପା ହୋଇ ଝରିଥିଲା । ପୋଲିସ ତାଙ୍କୁ ଘରକୁ ପଠାଇ ଦେଇଥିଲା ।ବୁଧବାର ଦିନ ସିପୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସପିଟାଲର ଚକ୍ଷୁ ବିଭାଗର ଚକ୍ଷୁ ପରୀକ୍ଷା କରାଇ ଔଷଧ ନେବାସହ ଚକ୍ଷୁର ଧଳା ଡୋଳାଟି ଲାଠିରେ ନଷ୍ଟ ହୋଇଯାଇଛି ବୋଲି ଜାଣିବାକୁ ପାଇଛନ୍ତି । ଏହି ଘଟଣା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଅଭିଯୋଗକୁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସ୍ମିତ ପ୍ରସାର ପୁରୁଷୋତ୍ତମ ଙ୍କୁ ଜଣାଇଛନ୍ତି ।ବାକି ରହିଲା ତଦନ୍ତ କରି କି ପଦକ୍ଷେପ ନେଉଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ବାପ ଛେଉଣ୍ଡ ସିପୁ ପଦୁଚେରୀରେ ଦାଦନ ଶ୍ରମିକ ଥିଲା । ଲକ୍ ଡାଉନ୍ ସମୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଘରକୁ ଫେରି ଆସିଥିଲା । ଆଖି ନଷ୍ଟ ହେବା ଜାଣି ଚିନ୍ତାରେ ସିପୁ ଓ ତାହାର ମାଆ ! ସତରେ ପୂର୍ବ ଭଳି ଆଖି ଫେରି ପାଇବ ତ?


