ନିଳୋକ ପଞ୍ଚାୟତରେ ଜନସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଏପରିପେକ୍ଷୀରେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ଗତ ୩ ଧରି ଚାଲିଥିବା ଜନ ସଚେତନତା କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି । ଉଦ୍ଯାପନୀ ଦିବସରେ ବାଇପୁର ଗ୍ରାମରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ବେଗନା ଗ୍ରାମରେ ଶେଷ ହୋଇଥିଲା । ସରପଞ୍ଚ ଅଶୋକ କୁମାର ମହାନ୍ତି ଓ ପଞ୍ଚାୟତ ସଭାପତି ପଦ୍ମନାଭ ନାୟକଙ୍କ ନେତୃତ୍ୱରେ ହୃଷିକେଶ ସାହୁ, ସୁଶାନ୍ତ କୁମାର ସାହୁ, ନାରାୟଣ ଚନ୍ଦ୍ର ଦାଶ, ବାଇଧର ରାଜ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ଯଦୁନାଥ ନାୟକଙ୍କ ସମେତ ବହୁ କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।