ଆକ୍ରମଣ ରେ ଯୁବକ ଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଧାମନଗର ଥାନା ଅଂଚଳରେ ଆଜି ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଯାଇଛି । ଦିନ ପ୍ରାୟ ୩ଟା ବେଳେ ସ୍ଥାନୀୟ ଦକ୍ଷିଣଵାଡ ଗ୍ରାମର ଯୁବକ ଵୁଵନ ପଣ୍ଡା ଵ୍ଲକ ବଜାର ପଟୁ ଘରକୁ ଫେରୁଥିଲେ । ଏହି ସମୟରେ ଷ୍ଟାଡିୟମ ନିକଟ ଚୁନିପଡା ଛକ ଠାରେ ତାଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣ ରେ ଗୁରୁତର ହୋଇଥିବା ଵୁଵୁନଙ୍କର ଭଦ୍ରକ ମେଡିକାଲ ଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆକ୍ରମଣ ର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଛାନଵିନ ଆରମ୍ଭ କରିଛି ।


