ଖେଳ ପଡ଼ିଆ ସଜାଡ଼ିଲେ ଯୁବ ଗୋଷ୍ଟି

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ହାଇସ୍କୁଲ ଠାରେ ରହିଥିବା ଖେଳ ପଡ଼ିଆ ଆଜିକୁ ପାଞ୍ଚ ବର୍ଷ ବିତିଲାଣି ନିର୍ମାଣ କାମ ସରୁନି | ଯାହା ଫଳରେ କିଛି ଅସାଧୁ ବ୍ୟକ୍ତି ଘରର ଅଳିଆ ଆବର୍ଜନା ଆଣି ପଡ଼ିଆ ଭିତରେ ପକାଉଛନ୍ତି | ବର୍ଷା ହେଲେ ରାସ୍ତାର ପାଣି ପଡ଼ିଆ କୁ ଯାଇ ମାଟି ଧୋଇ ହେଉଛି ଯାହାରୀ ଫଳରେ ପିଲା ମାନଙ୍କ ଖେଳ କୁଦରେ ବାଧା ସୃଷ୍ଟି ହେଉଛି, ବାରମ୍ବାର ପ୍ରଶାସନକୁ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସଫଳତା ମେଳୁନି | ପିଲା ମନେ ଆଗରୁ ମରାମତି କରିଥିଲେ କରୋନା କାରଣରୁ ଖେଳ କୂଦବନ୍ଦ ରହିଥିଲା | ଏବେ ପିଲା ମନେ ସକାଳୁ ବ୍ୟୟାମ କରିବା ସହ ଖେଳ କୂଦ ଆରମ୍ଭ କରିଛନ୍ତି, ହେଲେ ପଡ଼ିଆଟି ଜଙ୍ଗଲ ଓ ଖାଲ ଥିବାରୁ ପିଲା ମନେ ନିଜ ଭିତରେ ଟଙ୍କା ଆଦାୟ କରି ଜିସିବି ମାଧ୍ୟମ ରେ ମରାମତି କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ