କେନ୍ଦ୍ରୀୟ ଶ୍ରମ ମଙ୍ଗଳ କମିଶନର ଙ୍କ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟ ଗସ୍ତ

ଯୋଡ଼ା – କେନ୍ଦୁଝର ଜିଲା ଯୋଡା ସହରରେ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ନିରାକରଣ ଓ ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ର ଶ୍ରମ ମଙ୍ଗଳ କମିଶନର ମଂଜୁଲତା ବେହେରା ଯୋଡା ଗସ୍ତରେ ଆସିଥିଲେ । ବୁଧବାର ଅପରାହ୍ନ ସନ୍ଧ୍ୟା ୫.୩୦ ମିନିଟ ସମୟରେ କେନ୍ଦ୍ରୀୟ ଚିକିତ୍ସାଳୟର ଡା. ସୁକାନ୍ତ ଚନ୍ଦ୍ର ଦାସ , ବଡବିଲ୍ ରେ ଅବସ୍ଥାପିତ ଶ୍ରମ ବିଭାଗର େଓଲଫେୟାର କମିଶନର ଏମ.ଏ. ଖାନ୍ , େଓଲଫେୟାର ଆଡମିଷ୍ଟ୍ରେଟର ମୁକ୍ତିପ୍ରଭା ସାହୁ ପ୍ରମୁଖଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ବୈଠକ କରିଥିଲେ । ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ । ଡାକ୍ତରଖାନାର ଡାକ୍ତର ନିଯୁକ୍ତି , କର୍ମଚାରୀ ଅଭାବ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡାକ୍ତରଖାନାର ମରାମତି, ଡାକ୍ତରଖାନାର ବଜେଟ ବୃଦ୍ଧି , ବନ୍ଦ ରହିଥିବା ବ୍ଲଡ ବ୍ୟାଙ୍କ କୁ କାର୍ଯ୍ୟକାରୀ କରିବା ପ୍ରଭୃତି ପ୍ରଶ୍ନର ଉତରରେ ବେହେରା କହିଥିଲେ ଯେ, ଏ ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କର ଶ୍ରମ ମନ୍ତ୍ରଣାଳୟକୁ ଦିଆଯିବ କହିବା ସହିତ ଡାକ୍ତରଖାନା ପକ୍ଷରୁ ମୁଖ୍ୟ ଡାକ୍ତର ସୁକାନ୍ତ ଚନ୍ଦ୍ର ଦାସଙ୍କ ଦ୍ୱାରା ଦିଆଯାଇଥିବା ୧କୋଟି ଟଙ୍କା ଖର୍ଚ୍ଚ ବଜେଟର ପ୍ରସ୍ତାବ ସମ୍ପର୍କରେ ସେ ସମୀକ୍ଷା କରିବା ପାଇଁ ଆସିଛନ୍ତି ବୋଲି ଖବରଦାତା ମାନଙ୍କୁ କହିଥିଲେ । ଡେପୁଟି କମିଶନର ଏମ. ଏ. ଖାନ କହିଥିଲେ ଯେ, ଏପ୍ରିଲ ମାସ ୨୦୧୬ ମସିହାଠାରୁ ଡାକ୍ତରଖାନାକୁ ମିଳୁଥିବା ଖଣିଜ ସେସ୍ ଟ୍ୟାକ୍ସ ସରକାର ଉଠାଇଦେବା ପରେ ଏହାର ବଜେଟ୍ କେନ୍ଦ୍ର ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆସୁଛି । ତେବେ ଖୁବ୍ ଶୀଘ୍ର ଡାକ୍ତରଖାନାର ପୁନଃରୁଦ୍ଧାର କରାଯାଇ ଏହାକୁ ସୁପରିଚାଳିତ କରାଯିବ । ଉଲ୍ଲେଖ୍ୟ ଯୋଗ୍ୟ ଯେ, ଡାକ୍ତରଖାନାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଡାକ୍ତରଖାନାରେ ଟି ଡାକ୍ତର ପଦବୀ , ଷ୍ଟାପ ନର୍ସ , ଲାବୋରୋଟାରୀ , ଟେକ୍ନିସିଆନ୍ ଆବଶକୀୟ ସଂଖ୍ୟକ ନାହାନ୍ତି । ଟେକ୍ନିସିଆନ୍ ନଥିବାରୁ ଏକ୍ସ ରେ, ରେଡିଓଲୋଜି ମଧ୍ୟ ବନ୍ଦ ରହିଛି । ଡାକ୍ତରଖାନା ପଛରେ ଥିବା ଡାକ୍ତରଗୃହ ମଧ୍ୟ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡିଛି । ରୋଗୀଙ୍କ ପାଇଁ ଆସୁଥିବା ଗ୍ରୋସରୀ, ପରିବା, କ୍ଷୀର, ଅଣ୍ଡା ପ୍ରଭୃତିର ବିଲ୍ ଅର୍ଥ ଅଭାବରୁ ପୈଠ କରାଯାଇପାରୁନାହିଁ । ଏହିପରି ଅବସ୍ଥା ରହିଲେ ଡାକ୍ତରଖାନାରେ ରୋଗୀମାନେ ଚିକିତ୍ସାରୁ ବଂଚିତ ହେବେ ବୋଲି ଆଶଙ୍କା ରହିଛି । ଏହି ଡାକ୍ତରଖାନାଟି ସ୍ୱତନ୍ତ୍ରଭାବେ ଶ୍ରମିକମାନଙ୍କ ପାଇଁ ଖଣି ଅଂଚଳରେ ସ୍ଥାପ୍ଖଚ୍ଛ ହୋଇଥିଲା । ଏହି କେନ୍ଦ୍ରୀୟ ଡାକ୍ତରଖାନା ଉପରେ କେନ୍ଦୁଝର ଜିଲା, ଜାଜପୁର ଜିଲାର ସୁକିନ୍ଦା, ସୁନ୍ଦରଗଡ ଜିଲା ସମେତ ରାଜ୍ୟର ବିଡି ତିଆରି କରୁଥିବା ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ଡାକ୍ତରଖାନାର ପୁନଃରୁଦ୍ଧାର ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ମାନେ ଦାବି କରିଆସୁଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ଅବହେଳା ହେତୁ ଏହି ଡାକ୍ତରଖାନାଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ