୨୬ ନଭେମ୍ବର ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନମାନଙ୍କର ରାଜ୍ୟସ୍ତରୀୟ ମିଳିତ କନ୍‌ଭେନସନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାର ସମଗ୍ର ଦେଶରେ ଶ୍ରମିକ, କୃଷକ, ଗ୍ରାହକ, ଛାତ୍ର, ଯୁବ, ମହିଳା, ଦଳିତ, ସଂଖ୍ୟାଲଘୁ ଇତ୍ୟାଦି ବର୍ଗଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରି ଯେଉଁ ନୀତି ପ୍ରଣୟନ କରିଚାଲିଛନ୍ତି, ତାହା ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନମାନଙ୍କର ରାଜ୍ୟସ୍ତରୀୟ ମିଳିତ କନ୍‌ଭେନସନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇ ୨୬ ନଭେମ୍ବର ସର୍ବ ଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ଆହ୍ୱାନ ଦିଆଯାଇଛି । ଆଇଏନଟିୟୁସିର ମଦନ ଧଳ, ଏଆଇଟିୟୁସିର ଏନ. ନାରାୟଣ ରେଡ୍ଡି, ଏଚଏମଏସ୍‌ର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ବିମାନ ମାଇତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ଏବଂ ଏଆଇୟୁଟିୟୁସିର ଶମ୍ଭୁନାଥ ନାଏକଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ଏହି କନ୍‌ଭେନସନ ପରିଚାଳନା କରିଥିଲେ । ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଆଗାମୀ ସର୍ବ ଭାରତୀୟ ଧର୍ମଘଟର ଭିତ୍ତିପତ୍ର ଉପସ୍ଥାପନ କଲାପରେ ଆଇଏନଟିୟୁସିର ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ଏଚଏମଏସର ଆଶିଷ ନନ୍ଦ, ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ଏଆଇୟୁଟିୟୁସିର ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ସୁର ଜେନା, କିଶୋର ଜେନା, ଲିଟୁଲାଲ ଦେବସୁବୁଦ୍ଧି, କେନ୍ଦ୍ର ସରକାରୀ କର୍ମଚାରୀ ସଂଘର ରବିନ୍ଦ୍ରନାଥ ଧଳ, ରାଜ୍ୟ ସରକାରୀ କର୍ମଚାରୀ ସଂଘର ନରୋତ୍ତମ ପାର୍ଥସାରଥି ଜେନା, ଏଆଇବିଇଏର ତ୍ରିଲୋଚନ ପ୍ରଧାନ, ଏଆଇବିଓଏର ପ୍ରଫୁଲ୍ଲ ତ୍ରିପାଠୀ, ସରକାରୀ ଶିକ୍ଷକ ସଂଘର ପ୍ର. ଅମିୟ କୁମାର ମହାନ୍ତି, ଏଓବିଇଏଫର ପ୍ରକାଶ ଚନ୍ଦ୍ର ରାୟ, ଜୀବନ ବୀମାର ଅଭୟ କୁମାର ଦାସ, ସାଧାରଣ ବୀମାର ରବିନ୍ଦ୍ର ବାରିକ, ବିଦ୍ୟୁତ୍ ଫେଡେରେସନର ଯତୀନ୍ଦ୍ର କୁମାର ରାୟ, ଡିଆରଡିଓ ୟୁନିୟନର ଜୟନ୍ତ ଦାସ ପ୍ରମୁଖ ଏହି ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ସଂକଳ୍ପ ଘୋଷଣା ସହ ୧୮ ନଭେମ୍ବର ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରରେ ମିଳିତ କନଭେନସନ ଓ ପ୍ରତ୍ୟେକ ୟୁନିୟନର ସାଧାରଣ ସଭା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୧୪ ମସିହାରେ “ସବ୍‌କା ସାଥ୍ ସବ୍‌କା ବିକାଶ” ସ୍ଲୋଗାନ ଦେଇ କ୍ଷମତାରେ ବସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ମୁଖା ଖୋଲିବାରେ ଲାଗିଛି । ସରକାରଙ୍କ ଭୁଲ୍ ନୀତି ଯୋଗୁଁ ଦେଶରେ ଆର୍ଥିକ ବିପର୍ଯ୍ୟୟ ଦେଖାଦେଇଛି । ଏହି ପୃଷ୍ଠଭୂମିରେ ଶ୍ରମିକ ବିରୋଧୀ ଶ୍ରମ କୋଡ୍ ପ୍ରତ୍ୟାହାର କର, କୃଷକ ବିରୋଧୀ କୃଷି ଆଇନ, ଆୟକର ଦେଉ ନ ଥିବା ସମସ୍ତ ପରିବାରକୁ ମାସିକ ୭,୫୦୦ ଟଙ୍କା ଓ ମୁଣ୍ଡ ପିଛା ୧୦କିଲୋ ଚାଉଳ, ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ମନରେଗା ଜରିଆରେ ବାର୍ଷିକ ୨୦୦ ଦିନର କାମ ଓ ବର୍ଦ୍ଧିତ ମଜୁରି, ଅନୁରୂପ ଭାବେ ସହରାଞ୍ଚଳ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଗ୍ୟାରେଣ୍ଟି, କେନ୍ଦ୍ର ଓ ରାଜ୍ୟ ସରକାରୀ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରୁ କଟକଣା ପ୍ରତ୍ୟାହାର କରିବା, ବ୍ୟାଙ୍କ ବୀମା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ଆଇନ ସହିତ ରୋଜଗାର ବ୍ୟବସ୍ଥା କରିବା, ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ସହ ନବୀକରଣ ସହ ନୂତନ ପଞ୍ଜୀକରଣ କରାଇବା, ସ୍କିମ୍ ଶ୍ରମିକ ଯଥା ଅଙ୍ଗନୱାଡି, ଆଶାକର୍ମୀ, ମଧ୍ୟାହ୍ନଭୋଜନ ପାଚିକା ଇତ୍ୟାଦିଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ ସହ ସାମାଜିକ ନିରାପତ୍ତା ବ୍ୟବସ୍ଥା ଦାବିରେ ୨୬ ନଭେମ୍ବର ସର୍ବ ଭାରତୀୟ ସାଧାରଣ ଧର୍ମଘଟ-ହରତାଳ- ଭାରତ ବନ୍ଦ ସଫଳତା ପାଇଁ ଐକ୍ୟବଦ୍ଧ ଆହ୍ୱାନ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ