ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରତାପ
ବାଲେଶ୍ୱର,(ୱାଇଏନ୍ଏସ୍): ଆଜି ଉପନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ନିଜର ନିଜର ପ୍ରଚାର କାର୍ଯ୍ୟ ଶେଷ କରି ମାଧ୍ୟାନ ୧ଟା ୩୦ ମିନିଟରେ ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣ ମଣ୍ଡପ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟର ନବୀନ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ,ଗମନାଗମ, କୃଷି, ଜଳ ସେଚନ ଓ ପାନୀୟ ଜଳ ସେବା ଉପରେ ଆଲୋକପାତ କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଥିଲେ ଯେ କଣ କେବଳ ଉପନିର୍ବାଚନ ସମୟରେ ଆପଣଙ୍କର ଉନ୍ନୟନ କଥା ମନେ ପଡୁଛି ? ନିର୍ବାଚନ ପ୍ରଚାର ସମୟରେ ବିଜେଡ଼ିର ନେତା ମନ୍ତ୍ରୀ ମାନେ ଯେଉଁଭଳି ଭାବେ କଟୂକଦର୍ଯ୍ୟ ମନ୍ତବ୍ୟ ମାନ ଦେଇଛନ୍ତି ତାହା କେବଳ ସ୍ୱର୍ଗତ ମଙ୍ଗୁ ଭାଇ ବା ବିଜେପିର ଅପମାନ ନୁହେଁ ବାଲେଶ୍ୱର ର ପ୍ରତ୍ୟେକ ସ୍ୱାଭିମାନୀ ନାଗରିକ ପ୍ରତି ଅପମାନ। ମାତ୍ର ଦେଢ ବର୍ଷର ସମୟରୁ କୋରୋନା ପାଇଁ ଛଅ ମାସରୁ ଅଧିକ କଟକଣା ସତ୍ୱେ ସେ ତାଙ୍କର ଉପଲବ୍ଧିକୁ ଆଉଥରେ ଦୋହରାଇ ଥିଲେ। ମାନସ କୁମାର ଦତ୍ତ ବିଧାୟକ ନିର୍ବାଚିତ ହେଲେ ପ୍ରଥମେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ତା ସହିତ ସରକାରୀ ଯୋଜନାରେ ହେଉଥିବା ଦୁର୍ନୀତି ଉପରେ ଦଳ ବିଶେଷ ନଜର ରଖିବ ବୋଲି ସେ କହିଥିଲେ । ତା’ସହିତ ସେ ଗଣମା ଧ୍ୟମ ଜରିଆରେ ଜନସାଧାରଣଙ୍କୁ ଆଗ୍ରହ ପ୍ରକାଶ କରି କହିଥିଲେ ଯେ ଆଗାମୀ ୩ ତାରିଖ ଦିନ ସମସ୍ତ ନିୟମ ପାଳନ କରି ଦିନର ପ୍ରଥମାର୍ଧରେ ଭୋଟିଂ ଶେଷ କରିବା ପାଇଁ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।


