ମେଳାପି ଵ୍ୟକ୍ତିଙ୍କ ପରଲୋକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଂଚାୟତ ମନୋହରପୁର ଗ୍ରାମର ମିଷ୍ଟଭାଷୀ ତଥା ମେଳାପି ଵ୍ୟକ୍ତି ସୁରେଶ ପଲେଇଙ୍କ ପରଲୋକ ଘଟିଛି । ସୁରେଶ ଆଜି ଘରେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୬ଵର୍ଷ ବୟସ ହୋଇଥିଲା । ଖବର ପାଇବା ପରେ ଆତ୍ମୀୟ ସ୍ଵଜନ ବାସଭଵନ ଠାରେ ପହଞ୍ଚି ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମଵେଦନା ଜଣାଇଛନ୍ତି । ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ