ବିଭିନ୍ନ ସ୍ଥାନରେ  ବିଜେଡ଼ିର ଜନସେଚତନତା ଅଭିଯାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ର ଶଙ୍କରାଖୋଲ ଠାରେ ବ୍ଳକ ବିଜେଡ଼ି ପକ୍ଷରୁ କରୋନା  ମହାମାରୀ ପାଇଁ ଆବଶ୍ୟକ ସତର୍କତା ଓ ସଚେତନା କରାଇବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶଙ୍କରାଖୋଲ ପଂଚାୟତ କାର୍ଯ୍ୟାଳୟ ନିକଟରୁ ବାହାରିଥିବା ବେଳେଳ ଏହି ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ବ୍ଳକ ବିଜେଡ଼ି ସଭାପତି ରାଜେଶ କୁମାର ଦିଗାଲଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ପ୍ରଭଂଜନ କହଁରଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ୍ ହୋଇ ସଚେତନତା କରିବା ସହିତ ମାକ୍ସ ବାଣ୍ଟିଥିଲେ। ସେହିପରି ଖଜୁରିପଡ଼ାରେ ମଧ୍ୟ ବ୍ଳକ ବିଜେଡ଼ି ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକ ଅଧ୍ୟକ୍ଷ  ବିରେନ୍ଦ୍ର କୁମାର କହଁରଙ୍କ ତତ୍ତ୍ବାବଧାନରେ  ବ୍ଳକର ସମସ୍ତ ବିଜେଡ଼ି ନେତା ଓ କର୍ମୀମାନେ ସୁରାଦେଇ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କୁ ଏଥିରେ ଭୟଭୀତ ନହୋଇ ଏହାର ନିରାକରଣ ପାଇଁ  ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ସହିତ ଆବଶ୍ୟକୀୟ ସତର୍କତାର ପଦକ୍ଷେପ ନେବାକୁ ଲୋକଙ୍କୁ କୁହାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ  ବରିଷ୍ଠ ବିଜେଡ଼ି ନେତା ପଙ୍କଜ ମଲିକ, ରଂଜନ କୁମାର ମଲିକ, ସଭାନେତ୍ରୀ ସ୍ୱର୍ଣ୍ଣଲତା ମଲିକ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ