ନିରାଡ଼ମ୍ବର ଓ ବିନା ଶ୍ରଦ୍ଧାଳୁଙ୍କୁ ନେଇ ଚାଲିଛି ଗଜଲକ୍ଷ୍ମୀ ପୂଜା

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ): କରୋନା କଟକଣାକୁ ନେଇ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ବିଦ୍ଧି ରକ୍ଷା କରାଯାଇ ଗଜଲକ୍ଷ୍ମୀ ପୂଜ ଅନୁଷ୍ଠିତ ହେଉଛି। ପୂଜକଙ୍କ ଦ୍ୱାରା ଯଥାବିଦ୍ଧି ପୂଜାନୀତି ସହକାରେ ପୂଜା କରାଯାଉଛି । ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିତି ବାରଣ କରାଯାଇ ପୂଜା ଅଷ୍ଠିତ ହେଉଛି । ଏହି ବ୍ଲକର ନେହେରୁ ବଜାର ପୂଜା କମିଟି ଆନୁକୁଲ୍ୟରେ ନେହେରୁ ହାଟ ଛକରେ ମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜା ପାଉଛନ୍ତି । କମିଟି ତରଫରୁ ସରକାରଙ୍କ ନିୟମ ପାଳନ ଆଧାରରେ କରୋନା କଟକଣାକୁ ପାଳନ କରାଯାଇ ପୂଜା ଆୟୋଜନ ହୋଇଥିବା କମିଟି ସଭାପତି ନରହରି ମିଶ୍ର ଓ ସମ୍ପାଦକ ବଟକୃଷ୍ଣ ଦାସ ସୂଚନା ଦେଇଛନ୍ତି । ସେହିଭଳି ତରଜଙ୍ଗା ପଞ୍ଚାୟତ ବାଲିପାଟଣା ଛକ, ତେରତାଙ୍ଗ, କୋଲର ପଞ୍ଚାୟତ ତାରତୋଲ ବଜାର, ମୁଳିସିଂ ପଞ୍ଚାୟତ ସହର ହାଟ, ବୋଧେଇ ପଞ୍ଚାୟତ ନୂଆପୋଖରୀ ଠାରେ ପୂଜା ଅନୁଷ୍ଠିତ ହେଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ