ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କଲା ବ୍ଲକ ପ୍ରଶାସନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ଅଲେଖ କୁମାର ଧଳଙ୍କ ପୁତ୍ର ତଥା ଦିବ୍ୟାଙ୍ଗ ଅମର କୁମାର ଧଳଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆ, ସମିତି ସଭ୍ୟ ରବିନ୍ଦ୍ର ଧଳ, ପୋଗ୍ରାମ ଆସିଷ୍ଟାଣ୍ଟ ଲକିପ୍ରଭା ଜେନା, କର୍ମଚାରୀ ରତ୍ନାକର ଜେନାଙ୍କ ଉପସ୍ଥିତିରେ ସଂପୃକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ଅମର ଜନ୍ମରୁ ଦୁଇ ଗୋଡ ହରାଇ ଥିବା ବେଳେ ଶତପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଛନ୍ତି । ତାଙ୍କ ବାପା ଅନ୍ୟ ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ