ଚୌଦ୍ଵାର ପୋଲିସ କୁ ମିଳି ଚାଲିଛି ସଫଳତା ପରେ ସଫଳତା

ଚୌଦ୍ୱାର,(ଦୀପକ୍ କୁମାର ବେଉରା): କମିଶନରେଟ ପୁଲିସ ର ଚୌଦ୍ୱାର ଥାନା ଚୋରା ବନ୍ଧୁକ ବେପାର କରୁଥିବା ବାପପୁଅ କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଦୁଇ ଜଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ପାଣିଛତ୍ର ଗ୍ରାମର ବାବୁଲି ମହାରଣା (୬୧) ଓ ତାଙ୍କ ପୁଅ ସୋମନାଥ ମହାରଣା (୩୫) .। ସେମାନଙ୍କ ନିକଟରୁ ଗୋଟିଏ ୯ଏମ ଏମ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର ଦୁଇଟି ଜୀବନ୍ତ ଗୁଳି ଓ ନଗଦ ଦୁଇ ଶହ ଟଙ୍କା ଜବତ କରିଛି । ଗିରଫ ବାପପୁଅ ଚୌଦ୍ୱାର ବିରୂପା ନଦୀ ରେଳ ପୋଲ ନିକଟରେ ବନ୍ଧୁକ ଦୁଇଟି କାହାକୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ସୂଚନା ପାଇ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଙ୍କ ନିର୍ଦେଶ ରେ ପୋଲିସ ଚଢ଼ାଉ କରି ଉଭୟଙ୍କୁ କାବୁ କରିଥିଲା । ଗିରଫ ବାବୁଲି ନାମରେ ଚନ୍ଦନପୁର,ବେଗୁନିଆ, ଜଙ୍କିଆ ଓ ଖୋର୍ଦ୍ଧା ଥାନାରେ ମାମଲା ଥିବା ଜଣାପଡିଛି । ଆଜି ଚୌଦ୍ୱାର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋନ୧ ଏସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।ଗିରଫ ବାପପୁଅ ବେଆଇନି ବନ୍ଧୁକ ତିଆରି କରି ଅନେକ ଅସାମାଜିକ ଯୁବକଙ୍କୁ ଯୋଗାଉ ଥିବା ଜଣାପଡିଛି ।ଏମାନେ ଯେଉଁମାନଙ୍କୁ ବନ୍ଧୁକ ଯୋଗାଇଛନ୍ତି ସେମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଉପସ୍ଥିତ ଥିଲେ ।ଗିରଫ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ