ଧାନ ଖାଇଲେ ହାତୀପଲ

ଯୋଡା,(ସମୀର କୁମାର ଦାସ): ଚମ୍ପୁଆ ରେଞ ଅନ୍ତର୍ଗତ ବାଲିବନ୍ଧ ସେକ୍ସନ ର ଧୋବାକୁଚୁଡା ଗ୍ରାମରେ ହାତୀପଲ ପଶି ଗତ ଶୁକ୍ରବାର ରାତ୍ରିରେ ଧାନ ଖାଇବା ସହିତ ବ୍ୟାପକ ଭାବେ ନଷ୍ଟ କରିଥିବା ଜଣାପଡିଛି । ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଧାନ ଫସଲର ସୁରକ୍ଷା ନେଇ ଚିନ୍ତା ବଢିଯାଇଛି । ମିଳିଥିବା ସୁଚନା ଅନୁଯାୟୀ ପ୍ରାୟ ୧୧ ଟି ହାତୀ କିଛି ଦିନ ହେବ ବିଭିନ୍ନ ଗ୍ରାମରେ ଧାନ ଫସଲ ଖାଇ ବ୍ୟାପକଭାବେ ନଷ୍ଟ କରିଚାଲିଛନ୍ତି । ଗତକାଲି ରାତ୍ରି ୧ ଘଟିକା ସମୟରେ ଏହି ହାତୀପଲ ଉକ୍ତ ଗ୍ରାମରେ ଉପଦ୍ରବ କରିଛନ୍ତି । ହାତୀ ଉପଦ୍ରବ ରୋକିବା ପାଇଁ ହାତୀ ସ୍କାର୍ଡ ନିୟୋଜିତ ଥିଲେ ହେଁ ହାତୀ ଘଉଡାଇବାରେ ବିଫଳ ହେଉଥିବା ଗ୍ରାମବାସୀମାନେ କହିଛନ୍ତି । ଏ ଦିଗରେ ବନ ବିଭାଗ ଦୃଷ୍ଟି ଦେବାପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ