ଚାଷୀ ଓ ଶ୍ରମିକନେତା ସାଥି ଦୂନା ଲlୱାରାଜୁଙ୍କ  ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା) :  ମୋନାଜାଇଟ ପ୍ଲାଣ୍ଟ ବିରୋଧୀ ଆନ୍ଦୋଳନର ନେତା ଦୂନା. ଲlୱାରାଜୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ତାଙ୍କ ଗ୍ରାମ ବଡ଼ପୁଟିରେ ଅନୁଷ୍ଠିତ ହୋଇଯାଇଛି l ଲlୱାରାଜୁଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ପୁଟି ଗ୍ରାମରେ ଥିବା  ଲlୱାରାଜୁଙ୍କ ସହିଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିବାସହ ସେଠାରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା l ବିଶିଷ୍ଟ ସମାଜସେବୀ ଗୁରୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀଗୟା ମୁଖ୍ୟଅତିଥି ଭାବେ ଯୋଗଦେଇ ସାଥି ଲlୱାରାଜୁଙ୍କ ସଂଗ୍ରାମମୟ ଜୀବନ ସମ୍ପର୍କରେ ଆଲୋକପlତ କରିଥିଲେ l  ଆଇଆରଇଏଲ  ର ମୋନାଜାଇଟ ପ୍ଲାଣ୍ଟର ତେଜସ୍କ୍ରୀୟ ବିକିରଣରେ ପ୍ରଭାବିତ ହେଉଥିବା ସ୍ଥାନୀୟ ଅଂଚଳର ମାଟି, ପାଣି, ପବନ, ଫସଲ ସମ୍ପୂର୍ଣଭାବେ ବିଷାକ୍ତ ହୋଇପଡିବାସହ ବହୁ ଲୋକ କିଡ୍ନୀ ରୋଗ, ଗଳା ଫୁଲିବା, ଚର୍ମ ରୋଗ, ହୃଦଘାତ ଭଳି ରୋଗରେ ପୀଡିତହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି l ସେମାନଙ୍କ ମଧ୍ୟରେ କିଡ୍ନୀ ରୋଗରେ ପୀଡିତ ହୋଇଥିବା ପ୍ରଥମ ବ୍ୟକ୍ତି ବଡ଼ପୁଟିର ଦୂନା ଲlୱାରାଜୁ ଗତ ୭.୧୧.୨୦୧୯ ରେ ମୃତ୍ୟୁବରଣ କରିଛନ୍ତି l ଦୂନା ଲlୱାରାଜୁ ଜଣେ ବିଶିଷ୍ଟ ଚାଷୀ ଓ ଶ୍ରମିକନେତା ଭାବେ ସମଗ୍ର ଅଂଚଳରେ ପରିଚିତ ଏବଂ ମୋନlଜାଇଟ ପ୍ଲାଣ୍ଟକୁ ସେ ଆରମ୍ଭରୁ ବିରୋଧ କରି ଆସୁଥିଲେ l ମୋନାଜାଇଟ ପ୍ଲାଣ୍ଟ ହଟାଇ ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ସମସ୍ତ କାଳୀପଲ୍ଲୀ, କଣମଣା, ଅlର୍ଜିପଲ୍ଲୀ, ଶ୍ରୀରାମଚନ୍ଦ୍ରପୁର, ଅଗସ୍ତିନୂଆ ଗାଁ ଆଦି 5ଟି ପଂଚାୟତର ଅଂଚଳବାସୀ ଏକ ହୋଇ ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ଗୁରୁଦେବ ବେହେରା ଆହ୍ୱାନ କରିଥିଲେ  l ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ବାବୁଲା ନାୟକ, ପି, ଚିଟିବାବୁ, ଡି. ଆପ୍ପା ରାଓ, ଏମ. କୋଲେୟା, ଏମ. ଭାସ୍କର ରାଓ, ଡି. ଗୋପାଳ, ମୁରଲୀ ବେହେରା, ରାମହରି ବେହେରା, ଏସ. ମଙ୍ଗଲେୟା, ଡି. ସାବିତ୍ରୀ,ଜି. ଶାନ୍ତlମ୍ମା ପ୍ରମୁଖ ସ୍ମୃତିଚlରଣରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ