ସୋସିଆଲ ମିଡିଆ ଦ୍ୱାରା ବାଟବଣା ଶିଶୁ ପାଇଲା ଘର

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ରୋଇଡା ଜଙ୍ଗଲ ନିକଟରୁ ଏକ ଆଠ ବର୍ଷ ଶିଶୁକୁ ଯୋଡା ପୋଲିସ ଗତ ତା-୧୯. ୧୦ ରେ ଉଦ୍ଧାର କରିଥିଲା । ଶିଶୁଟି ନିଜ ଘର ଠିକଣା କହିପାରୁନଥିବାରୁ ପୋଲିସ ଚାଇଲ୍ଡ ୱେଲଫେୟାର ସେନ୍‌ଟରରେ ଶିଶୁଟିକୁ ଛାଡି ଜିଲାର ବିଭିନ୍ନ ପୋଲିସ ଷ୍ଟେସନରେ ଶିଶୁର ଫଟୋଟିକୁ ଛାଡିଥିଲା । ଏହା ସତ୍ୱେ ମଧ୍ୟ ଶିଶୁଟିର ପରିବାର ସମ୍ପର୍କରେ କୌଣସି ଠିକଣା ମିଳିପାରି ନଥିଲା । ସୋସିଆଲ ମିଡିଆ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ଜରିଆରେ ଶିଶୁଟିର ଫଟୋ ଛାଡିବା ପରେ ସୁଦୂର ଝାଡଖଣ୍ଡ ରାଜ୍ୟର ଶିଶୁଟି ବୋଲି ଜଣାପଡିଥିଲା । ଏନେଇ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ସୂଚନା ଦେଇ କହିଛନ୍ତି ଯେ, ଝାଡଖଣ୍ଡ ରାଜ୍ୟର ଜଗନ୍ନାଥପୁର ଅଂଚଳର ଆମଜରା ଗ୍ରାମରେ ଏହି ଶିଶୁଟିର ଘର । ଶିଶୁଟି ମା’ ବାପ ଛେଉଣ୍ଡ ଅଟେ । ବଡ ଭଉଣୀ ବେଲମତି ହେଁସା ନିଜର ଭାଇକୁ ଚିହ୍ନି ପାରିଥିଲେ । ଫଳରେ ଶିଶୁଟି ନିଜ ଘର ଠିକଣା ପାଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ