ଚିତ୍ରକର ନିଶିକାନ୍ତ ପ୍ରଧାନଙ୍କ ଦେହାନ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଭୀମପୁରା ନିବାସୀ ବାଲେଶ୍ୱର ବହୁ ପରିଚିତ ଚିତ୍ରକର ନିଶିକାନ୍ତ ପ୍ରଧାନ ଆଜି ସକାଳେ ଭୁବନେଶ୍ୱର ର ସମ୍ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୫୮ ବର୍ଷିୟ ନିଶିକାନ୍ତ ଚିତ୍ରକଳାରେ ସିଦ୍ଧହସ୍ତ ଥିଲେ । ସେ ଉତ୍ତମ ମଞ୍ଚ ଅଭିନେତା ମଧ୍ୟ ଥିଲେ । ଭୀମପୁରା ଅଞ୍ଚଳର ସମସ୍ତ ସାସ୍କୃତିକ ଅନୁଷ୍ଠିତ ସହିତ ସକ୍ରିୟ ଜଡ଼ିତ ରହି କଳା ସଂସ୍କୃତିର ବିକାଶ ପାଇଁ ଶତ ଚେଷ୍ଟିତ ଥିଲେ । ର ବିଭିନ୍ନ ସ୍ଥାନରେ ବାଲେଶ୍ୱର ତାଙ୍କର କଳାକୃତି ଆଜି ବି ଝଲସୁ ଥିବା ବେଳେ ରେମୁଣା ଗୋପୀନାଥ ମନ୍ଦିରର ଚିତ୍ରାଙ୍କନ ସବୁ ମନ୍ଦିରର ଶୋଭା ବର୍ଦ୍ଧନ କରି ଭକ୍ତମାନଙ୍କୁ ଆଧାତ୍ମିକତା ସୃଷ୍ଟିକରି ପାରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପାରୁଥିଲେ । ତାଙ୍କର ବିୟୋଗରେ ବାଲେଶ୍ୱର ର କଳାକାର ଓ ଚିତ୍ରଶିଳ୍ପୀ ତଥା ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ