ଦୟାପଲ୍ଲୀରେ ଗୌରୀଆମ୍ମା ଯାତ୍ରା ଅନ୍ତିମ ଦିବସ

କୁକୁଡ଼ାଖଣ୍ଡି,(ଶେଷଦେବ ସାହୁ) : ଗଞାମ ଜିଲ୍ଲାର ମଧ୍ୟରୁ ନାନ୍ଦୀଆମ୍ମା ଓ ଗୌରୀଆମ୍ମା ଯାତ୍ରା ଏକ ନିଆରା | ସ୍ୱତନ୍ତ୍ର ପର୍ବା ଶିବ ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ଭଲଫସଲ ଆଦାୟ ହୁଏ ବୋଲି ବିଶ୍ବାସ ରହିଛି ।ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ପ୍ରତି ବର୍ଷଭଳି ଏହି ବର୍ଷ ମଧ୍ୟ ତେଲଗୁ ସମ୍ପ୍ରଦାୟ ଲୋକଙ୍କ ଇଷ୍ଟଦେବ ନନ୍ଦୀ ଆମ୍ମା ଯାତ୍ରା ପାଇଁ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଏଲମା ସାହିକୁ ପାଛୋଟି ଅଣା ଯାଇଥିଲା l ଏହି ଯାତ୍ରା ମଧ୍ୟ ୧୧ଦିନ ଧରି ପାଳିତ ହୋଇଯାଇଛି। ଏହି ଯାତ୍ରାର ଅନ୍ତିମ ଦିବସରେ ଜନସମାଗମ ହେଲେ କରୋନା ମହାମାରୀ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଗୌରୀଆମ୍ମା ଓ ଶିବ ପାର୍ବତୀଙ୍କ ବିଭିନ୍ନ ସାହି ପରିକ୍ରମା ନ କରିବା ପାଇଁ ବାରଣ କରିଥିଲେ। ଶେଷରେ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଦିଅନ୍ତି। କରୋନା କଟକଣା ହେତୁ ସମସ୍ତ ପ୍ରକାର ନୀତି ସଂକ୍ଷିପ୍ତ ଭାବେ ସମାପନ କରାଯାଉଥିବା ସୁଚନା ମିଳୁଛି। ଏହି ଯାତ୍ରାକୁ ଗ୍ରାମ୍ୟ ଉନ୍ନୟନ କମିଟି ଓ ସ୍ଥାନୀୟ ସରପଞ୍ଚ, ହିଞ୍ଜିଳି ପୋଲିସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ