ରାଇକିଆ ଅଞ୍ଚଳରୁ ପ୍ଲାଜମା ଦାନ କଲେ ୫ଜଣ, ବିଭିନ୍ନ ମହଲରେ ଶୁଭେଚ୍ଛା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ବିିଭିନ୍ନ ଅଞ୍ଚଳର ୫ଜଣ ବ୍ୟକ୍ତି  ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ନିଜର ପ୍ଲାଜ୍‍ମା ଦାନ କରିଛନ୍ତି । ପ୍ଲାଜ୍‍ମା ଦାନ କରିଥିବା ବ୍ୟକ୍ତିମାନେ ହେଲେ ରାଇକିଆ ବ୍ଳକ ଇନ୍ଦ୍ରଗଡ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୂପେଶ କୁମାର ସାହୁ, ବଟକୃଷ୍ଣ ସ୍ୱାଇଁ, ପଞ୍ଚାନନ ସାହୁ, ଦୀପଲ ସାହୁ ଏବଂ ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ବଡବାରବା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରବିଚନ୍ଦ୍ର ନାୟକ । ଏକ ଆରୋଗ୍ୟ ଟିମର ଡ଼ାକ୍ତର ପବିତ୍ର ମୋହନ ବିଶ୍ୱାଳ ଓ ଫାର୍ମାସିଷ୍ଟ ରୁପେଶ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ୫ ଜଣ ପ୍ଳାଜମା ପ୍ରଦାନ କରିଥିବା ବେଳେ ସେମାନଙ୍କୁ ବିିଭିନ୍ନ ମହଲରୁ  ଶୁଭେଚ୍ଛା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ