ଘରୋଇ କଳହରେ ମହିଳାଙ୍କ ଆତ୍ମହତ୍ୟା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର  ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମରେ ଏକ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି | ମହିଳାଙ୍କ ନାମ ନର୍ମଦା ପ୍ରଧାନ ସ୍ୱାମୀ ଗୋଲୋକ ବିହାରୀ ପ୍ରଧାନ ବୟସ (୩୧) ସକାଳ ସମୟରେ ଘର ଭିତରେ କଳହ ହୋଇଥିଲା ,ସହ୍ୟ କରି ନପାରି ବିଷ ପିଇଥିଲେ |ଘର ଲୋକେ ସଙ୍ଗେ ସଙ୍ଗେ  ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ଡାକ୍ତର କିନ୍ତୁ  ସେଠାରେ ମୃତ ଘୋଷଣା କରିବା ସହ ରାଇକିଆ ଥାନାକୁ ଖବର କରିଥିଲେ | ସେଠାରେ  ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ