ବସନ୍ତିଆ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ପ୍ରସ୍ତୁତି ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକ ବସନ୍ତିଆ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଦୀନବନ୍ଧୁ ପତି ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ବୈଠକକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ସଭ୍ୟ ମାନେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ଫଳପ୍ରସୂ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ । ବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ସମାଜସେବୀ ପ୍ରଦୀପ କୁମାର ପଣ୍ଡା ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୧୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଏଥିସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦ୍ୟାଧର ସାହୁ ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସିଆରସିସି ସୁଧିର କୁମାର ବାରିକ, ପରିଚାଳନା କମିଟିର ଉପାଧ୍ୟକ୍ଷା ସୁଚରିତା ବେହେରା, ସଭ୍ୟ ଗଣେଶ ପ୍ରସାଦ ମୈକାପ, ଆନନ୍ଦ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ଶିକ୍ଷକ ମନରଂଜନ ସାହୁ, ଅକ୍ଷୟ କୁମାର ସେଠୀ, ଶିକ୍ଷୟିତ୍ରୀ ହରପ୍ରିୟା ପରିଡା, ରଶ୍ମିରାଣୀ ସୁଆର, ପଦ୍ମିନୀ ସେଠୀ ପରିଚାଳନାରେ ସହାୟତା କରିଥିଲେ ।


