ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଦୀପାବଳୀ ପାଇଁ ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିବା ଜଣାପଡିଛି । ଭାରପ୍ରାପ୍ତ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ନେତୃତ୍ୱରେ ମଂଜୁରୀରୋଡ ସମେତ ଆଖୁଆପଦା, ଛତାଵର, ସରସଦା, ମାଳଦା ପ୍ରମୁଖ ସ୍ଥାନରେ ଚଢାଉ ହୋଇଥିଲା। କୋଭିଡ କଟକଣା ସତ୍ଵେ ଵେଆଇନ ଵାଣ ବିକ୍ରି କୁ ନେଇ ପୋଲିସ ଚଢାଉ କରିଥିଲା। ଥାନା ପକ୍ଷରୁ କେତେକ ସ୍ଥାନରୁ ଵେଆଇନ ଵାଣ ଜବତ ହୋଇଥିବା ଜଣାପଡିଛି।


