କୋଭିଡ୍ କଟକଣାରେ ପାରଳାରେ ଶ୍ୟାମାକାଳୀ ପୂଜା ଆରମ୍ଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନେହୁରୁ ଛକ ଠାରେ କୋଭିଡ୍ କଟକଣା ମଧ୍ୟରେ ଶ୍ୟାମାକାଳୀ ପୂଜା ଆରମ୍ଭ ହୋଇଛି । ଗତ ୩୯ବର୍ଷ ଧରି ପାରଳା ସହରରେ ପାଳିତ ହୋଇ ଆସୁଥିବା ଏକମାତ୍ର ଏହି ପୂଜା ଚଳିତ ବର୍ଷ ୪୦ତମ ପୂଜା ପାଳନ କରାଯାଉଛି ବୋଲି କମିଟି ତରଫରୁ ଭରତ ଭୁଷଣ ମହାନ୍ତି,ପ୍ରଶାନ୍ତ ପାତ୍ର,ପ୍ରଣଜ ପଟ୍ଟନାୟକ ପ୍ରମୁଖ ପ୍ରକାଶ କରି କହିଛନ୍ତିି,ସରକାର ତଥା ପ୍ରଶାସନର କୋଭିଡ୍ କଟକଣା ଅନୁଯାୟୀ ପୂଜା ପାଳନ ହେଉଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ୭ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ମାଆଁଙ୍କ ପୂଜା ଓ ଚଣ୍ଡିପାଠ,ହୋମଯଜ୍ଞ ଆଦି ବିଧିବିଧାନ ଦ୍ୱାରା ହିଁ ଜନକଲ୍ୟାଣ ପାଇଁ ପୂଜା ପାଳନ ହେଉଛି ।