ଗଜପତିରେ ନିୟନ୍ତ୍ରଣ ହେଲା କରୋନା; ଆଜି ମାତ୍ର ୫ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରିତ ହେବାରେ ଲାଗିଛି । ଆଜି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ଜଣକୁ ମିଶାଇ ସଂଖ୍ୟା ୩୯୧୧ରେ ପହଞ୍ଚିଛି । ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୫ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୪ ଜଣ,ନୁଆଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ଏହି ସୁଚନା ଦେଇଛନ୍ତି । ଗତ ଦୀର୍ଘ ଦିନ ପରେ ଗତ କିଛି ଦିନ ଧରି ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗି ରହିଛି । ଆଜି ଏହି ସଂଖ୍ୟା ମାତ୍ର ୫ରେ ପହଞ୍ଚିଛି । ଗଜପତି ଜିଲ୍ଲା ପ୍ରଶାସନର ବିଭିନ୍ନ ସଚେତନ ମୁଳକ କାର୍ଯ୍ୟକ୍ରମ,ସାଧାରଣଙ୍କୁ ଆଗୁଆ ସୁଚନା ଏବଂ ଜନସାଧାରଣଙ୍କ ଠାରେ କରୋନାରୁ ଦୁରେଇ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଆଦି ଯୋଗୁଁ ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହୋଇପାରିଛି ।


