ଚୌଦ୍ୱାର ଆଞ୍ଚଳିକ ସାମ୍ବାଦିକ ସଂଘ ର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ଵାର ବ୍ଲକ ର ଆଞ୍ଚଳିକ ସାମ୍ବାଦିକ ସଂଘ, ଟାଙ୍ଗୀ-ଚୌଦ୍ୱାର ତଥା ଉତ୍କଳ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖା ର ଷଷ୍ଠ ବାର୍ଷିକ ଉତ୍ସବ ଚୌଦ୍ୱାର ତାରିଣୀ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଉଦ୍ ଘାଟକ ଭାବେ ଟାଙ୍ଗୀ-ସାଲେପୁର ର ଯୁବ ବିଧାୟକ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ର ଯୁବ ବିଧାୟକ ସୌଭିକ୍ ବିଶ୍ବାଳ,ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଛତାର , ଚୌଦ୍ୱାର ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଚୌଦ୍ୱାର ମଣ୍ଡଳ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା,ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ପ୍ରଧାନ ଓ ଆଞ୍ଚଳିକ ସାମ୍ବାଦିକ ସଂଘ ର ଉପସଭାପତି ଶ୍ରୀଯୁକ୍ତ କମଳା କାନ୍ତ ନାୟକ ବରିଷ୍ଠ ସାମ୍ବାଦିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଉକ୍ତ ଉତ୍ସବରେ ସାମ୍ବାଦିକ ଅକ୍ଷୟ ଫଗୁଣ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନେ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ଶ୍ରୀଯୁକ୍ତ ସିଧେଶ୍ୱର ନାୟକ ପବିତ୍ର ବେଦପାଠ କରିଥିଲେ। ପରେ ଉତ୍କଳ ଜନନୀ ଙ୍କର ସ୍ୱାଭିମାନର ବନ୍ଦନା “ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଇଥିଲା । ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ମୁଖପତ୍ର ” କଲମ ” ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସାମ୍ବାଦିକ ମାନଙ୍କ ର ସ୍ୱାଭିମାନ ତଥା ସାମ୍ବାଦିକ ମାନଙ୍କର ସୁରକ୍ଷା ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହିତ ସାମ୍ବାଦିକ ମାନଙ୍କର ଅନେକ ମୌଳିକ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅତିଥି ମାନେ ଓଡିଶା ବିଧାନସଭା ତଥା ଓଡିଶା ସରକାର ଙ୍କ ନିକଟରେ ଉପସ୍ଥାପିତ କରିବା ନିମନ୍ତେ ପ୍ରତିଶୃତି ପ୍ରଦାନ କରି ଥିଲେ। ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ପ୍ରତିନିଧିଙ୍କ ମୌଳିକ ଅଧିକାର ସହିତ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଦୁଇ ଯୁବ ବିଧାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବହୁ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ, କରୋନା ଯୋଦ୍ଧା ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଉକ୍ତ ଉତ୍ସବରେ ବହୁ ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, ରାଜନେତା, ସମାଜସେବୀ, ସ୍ୱେଚ୍ଛାସେବୀ, କରୋନା ଯୋଦ୍ଧା ମାନେ ଉପସ୍ଥିତ ରହି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବକୁ ଶୃଙ୍ଖଳିତ ଭାବେ କୋଭିଡ୍ ନିୟମ ଅନୁସାରେ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ଉତ୍ସବକୁ ସଂଘର ସଦସ୍ୟ ସାମ୍ବାଦିକ ନରେଶ ସାହୁ,ସଞ୍ଜୀବ କୁମାର ତିୱାରୀ, ଦୀପକ୍ ବେଉରା,ରାଜେଶ୍ ନାୟକ,ଶିବବ୍ରତ ଦାସ,ହରିହର ବେଉରା,ଜ୍ଞାନରଞ୍ଜନ ପରିଡ଼ା, ରୁଦ୍ରଶିଶ୍ ନାଥ ପ୍ରମୁଖ ପରିଚାଳନା କରି ଥିଲେ। ଶେଷରେ ସଂଘର ଉପସଭାପତି କମଳା କାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।