ଚୌଦ୍ୱାରରେ ଜାତୀୟ ପ୍ରେସ ଦିବସ ପାଳିତ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଜାତୀୟ ପ୍ରେସ ଦିବସ ଅବସରରେ ଆଞ୍ଚଳିକ ସାମ୍ବାଦିକ ସଙ୍ଘ, ଟାଙ୍ଗୀ ଚୌଦ୍ୱାର ପକ୍ଷରୁ ଚୌଦ୍ୱାର କଳିଙ୍ଗଛକ ସ୍ଥିତ କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏଥିରେ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।ପ୍ରଥମେ ମୁଖ୍ୟ ଅତିଥି ସଙ୍ଘ ନୂତନ କାର୍ଯ୍ୟାଳୟ କୁ ଉଦଘାଟନ କରି ସମସ୍ତଙ୍କୁ ପ୍ରେସ ଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ ।ସବୁ ସାମ୍ବାଦିକ ମାନଙ୍କୁ ସଠିକ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।ସଙ୍ଘ ର ମୁଖ୍ୟ ଉପଦେଷ୍ଟା ଦିଲୀପ କୁମାର ଛତାର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନିଷ୍ଠାର ସହିତ ଖବର ପରିବେଷଣ କରି ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ଉପଦେଶ ଦେଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କମଳାକାନ୍ତ ନାୟକ, ସମ୍ପାଦକ ନରେଶ ସାହୁ, ହରିହର ବେଉରା,ସଂଜୀବ ତିୟାରୀ,ଦୀପକ ବେଉରା, ଏସକେ ଜାଭେଦ, ଶିବବ୍ରତ ଦାସ,କୁନା ନାୟକ, ରାଜେଶ ନାୟକ, ରୁଦ୍ରଶିଷ ନାଥ, ମନୋଜ ଦାସ, ଅକ୍ଷୟ ଫଗୁଣ,ଆଶିଷ ବରାଳ, ନାରାୟଣ ଜେନା, ଉମାକାନ୍ତ ପାଗଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ କାଳନ୍ଦୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


