ଧର୍ମଘଟକୁ ସଫଳ କରିବାପାଇଁ ଦିଗପହଣ୍ଡିରେ ମିଳିତ କନ୍ଭେନସନ୍

ଦିଗପହଣ୍ଡି,(ୱାଇଏନ୍ଏସ୍): ସର୍ବଭାରତୀୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ବିଭିନ୍ନ ଦାବୀ ହାସଲ ପାଇଁ ଆସନ୍ତା ୨୬ ତାରିଖ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ନିମନ୍ତେ ମଙ୍ଗଳବାର ଦିଗପହଣ୍ଡି ଠାରେ କଂଗ୍ରେସ – ସିପିଆଇ – ସିପିଆଇ(ଏମ୍) ପାର୍ଟି ପକ୍ଷରୁ ମିଳିତ କନ୍ଭେନ୍ସନ୍ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପି. ଏଚ. ଡ଼ି. ରୋଡ଼ ସ୍ଥିତ ସିପିଆଇ (ଏମ୍) ପାର୍ଟି କାର୍ଯାଳୟ ଠାରେ କଂଗ୍ରେସ ସମର୍ଥିତ ଶ୍ରମିକ ସଙ୍ଗଠନ ଆଇ ଏନ୍ ଟି ୟୁ ସି ପକ୍ଷରୁ ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସିପିଆଇ ସମର୍ଥିତ ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ସି ପି ଆଇ (ଏମ୍) ସମର୍ଥିତ ଶ୍ରମିକ ସଙ୍ଗଠନ ସି ଆଇ ଟି ୟୁ ର ଅଶ୍ୱିନୀ କୁମାର ଦାସଙ୍କ ମିଳିତ ସଭାପତିତ୍ୱ ରେ ଆୟୋଜିତ କନଭେନସନରେ ସିପିଆଇ(ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ଆଇନଜୀବୀ କୁରେଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତି ର ତୀବ୍ର ସମାଲୋଚନା କରିଥିଲେ । ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର କରାଯିବା । ଚାଷୀ ବିରୋଧୀ ନୂତନ କୃଷି ଆଇନକୁ ବାତିଲ କରାଯିବା । ଆୟକର ଦେଉନଥିବା ସମସ୍ତ ଗରିବ ପରିବାର ଙ୍କୁ ମାସିକ ୭୫୦୦ ଟଙ୍କା ଓ ୧୦ କିଲୋ ଚାଉଳ ପ୍ରଦାନ କରାଯିବା ସମେତ ଅନ୍ୟାନ୍ୟ ଜନଦାବୀ ହାସଲ ପାଇଁ ସର୍ବଭାରତୀୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଆସନ୍ତା ୨୬ ତାରିଖରେ ଡାକରା ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ଦିଗପହଣ୍ଡି ଅଞ୍ଚଳରେ ସଫଳ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ପାତ୍ର, ତପନ କୁମାର ମିଶ୍ର, ପି. ଶିବ ଶଙ୍କର, ଭି. ସୁଦର୍ଶନ ରାଜୁ, ଦୈତାରୀ ରେଡ୍ଡୀ, ଜୟନ୍ତୀବାଳା ମିଶ୍ର, ରାମୁଲୁ ରେଡ୍ଡୀ , ଭଗବାନ ବେହେରା, ତବତୀଆ ଡାକୁଆ, ଉଦୟ ନାଥ ସାମନ୍ତ, ଶିବରାମ ପ୍ରଧାନ, ଶୁକ୍ରୁ ସେଠୀ, ବିଶ୍ୱନାଥ ମହାରଣାଙ୍କ ସମେତ ୩ ଟି ରାଜନୈତିକ ଦଳର ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ