ନାଉଗାଁ ବ୍ଳକରେ ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନତିକରଣ କମିଟି ବୈଠକ 

ନାଉଗାଁ,(ଓ୍ବାଇଏନ୍ଏସ୍) : ଜଗତସିଂହପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନତିକରଣ କମିଟି ବୈଠକ ନାଉଗାଁ ବ୍ଳକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କରି ନାଉଗାଁ ବ୍ଳକରେ ଜିଲ୍ଲାପାଳ ବୈଠକରେ ଯୋଗ ଦେଇଥିବାରୁ ବ୍ଳକ ପ୍ରଶାସନ ତରଫରୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯିବା ସହିତ ଉପସ୍ଥିତ ଅନ୍ୟ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ନାଉଗାଁ ଓ ଜଗତସିଂହପୁର ବ୍ଳକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୋନା ମହାମାରୀ ପାଇଁ ପଛାଇ ଥିବାରୁ ଯଥାଶୀଘ୍ର ଉକ୍ତ ଉନ୍ନୟନମୂଳକ କାର୍ଯ୍ୟ ଶେଷ କରିବାକୁ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ଗୁରୁତ୍ୱ ଦେଇଥିଲେ । ପ୍ରଥମେ ବ୍ଳକରେ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଇଥିବା ଆବାସ ଯୋଜନା ଉପରେ ଆଲୋଚନା କରାଯିବା ସହିତ ମନରେଗା ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ ବିଭାଗରେ କାର୍ଯ୍ୟ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଶୀଘ୍ର କାର୍ଯ୍ୟ ସାରିବା ସହିତ ଟେଣ୍ଡର ହୋଇ ନଥିବା ପ୍ରକଳ୍ପ ଗୁଡିକୁ ଟେଣ୍ଡର କରାଯାଇ ମାର୍ଚ୍ଚ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରବର୍ତି ପର୍ଯ୍ୟାୟରେ କୃଷି, ଜଳପରିମଳ ବିଭାଗ, ବିଦ୍ୟୁତ ବିଭାଗ, ଉଦ୍ୟାନ ବିଭାଗ, ଯୋଗାଣ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଉପରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବିଭାଗରେ ବାକି ରହିଥିବା କାର୍ଯ୍ୟକୁ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧୀକାରୀଙ୍କୁ ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର,ଏଡିଏମ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମାନନ୍ଦ ମଲ୍ଲିକ, ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ଶତପଥି, ଏସଡିପିଓ ପ୍ରିୟରଂଜନ ଶତପଥି, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ସହକାରୀ ଯନ୍ତ୍ରୀ କୈଳାସ ବେହେରାଙ୍କ ସମେତ ଜିଲ୍ଲା ଓ ବ୍ଳକସ୍ତରର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ