ରାଇରଙ୍ଗପୁର କୋର୍ଟ ସାମ୍ନାରୁ ଶିକ୍ଷକଙ୍କ ଠାରୁ ଚାଳିଶ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କାଳୀପୂଜା ଏକ ଗଣ ପର୍ବ ଏବଂ ସମଗ୍ର ଅଂଚଳ ଚଳ ଚଂଚଳ ।ଏହାକୁ ଲୋକେ ଏକ ସପ୍ତାହ ଧରି ଧୁମ୍ ଧାମରେ ଆନନ୍ଦ ଉଲ୍ଲାସର ସହିତ ମାନିଥାନ୍ତି । ଏହି ସମୟରେ ଯିଏ ଯେଉଁଠାରେ ଥିଲେ ବି ଘରକୁ ଫେରିଥାନ୍ତି । ଏହାରି ସୁଯୋଗକୁ ଲୁଟେରା ସଦୁପଯୋଗ କରନ୍ତି । ଏଟିଏମ୍,ବ୍ୟାଙ୍କ,ଇନସୁରାନ୍ସ ବଜାର ପ୍ରଭୃତି ଅଂଚଳକକୁ ଲକ୍ଷ୍ୟ କରି ଟଙ୍କା ନେଣଦେଣ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ସୁଯୋଗ ଦେଖି ଲୁଟ୍ କରିଥାନ୍ତି । ଏଭଳି ଏକ ଘଟଣା ବୁଧବାର ଦିନ ରାଇରଙ୍ଗପୁର କୋର୍ଟ ସାମ୍ନାରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବଡମୋଉଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଦାସ(୬୬) ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କରୁ ୪୦,୦୦୦ ଟଙ୍କା ଉଠାଇ ରାଇରଙ୍ଗପୁର ବସଷ୍ଟାଣ୍ଡ ଆଡେ ଘରକୁ ଯିବା ପାଇଁ ଚାଲି ଚାଲି ଯାଉଥିଲେ ହଠାତ୍ ରାଇରଙ୍ଗପୁର କୋର୍ଟ ସମ୍ମୁଖରେ ପ୍ରାୟ୧୦.୪୦ ସମୟରେ ଦୁଇ ଲୁଟେରା ଏକ ବାଇକରେ ସାମ୍ନା ରେ ଆସି ଟଙ୍କା ଥଳିଟି ଧରି ଦୃତ ଗତିରେ ଖସି ପଳାଇଥିଲେ । ଶିକ୍ଷକ ମହୋଦୟ ଚିତ୍କାର କରିଥିଲେ ବି କେହି ସହାୟତା କରିବାକୁ ଆସି ନ ଥିଲେ ।ପରେ ସେ ଆସି ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ସଙ୍ଗେ ସଙ୍ଗେ ଛାନଭିନ ଆରମ୍ଭ କରି ଦେଇଛି ।ଦିନ ବେଳେ ଏବଂ କୋର୍ଟ ସାମ୍ନାରେ ଲୁଟେରା ମାନଙ୍କ ଆତଙ୍କ ସମସ୍ତଙ୍କୁ ଭୟଭୀତ କରିଛି । ଗତ ସପ୍ତାହରେ ଜୈନ ରାଇରଙ୍ଗପୁର ସହରର ଜଣେ ବିଶିଷ୍ଟ ସୁନା ବ୍ୟବସାୟୀଙ୍କ ଘର ସାମନାରେ ଦୁଇ ବାଇକ୍ ଲୁଟେରା ୬୦,୦୦୦ ଟଙ୍କା ଲୁଟ୍ କରି ନେଇଥିଲେ । ଲୁଟେରାଙ୍କ ଆତଙ୍କରେ ସହରବାସୀ ଭୟଭୀତ ଥିବାବେଳେ ପୋଲିସର ଚିନ୍ତା ବଢାଇ ଦେଇଛି । ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି ।


