ଆସପେୟାର ପକ୍ଷରୁ ଲକଡାଉନ ଲାଣିଙ୍ଗ ଏକଜିଭିସନ କାର୍ଯ୍ୟକ୍ରମ

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ଏଲକଣିଆଁ ଗ୍ରାମରେ ଟାଟା ଷ୍ଟିଲର ଆସପେୟାର ସଂସ୍ଥା ପକ୍ଷରୁ ଲକଡାଉନ ଲାଣିଙ୍ଗ ଏକଜିଭିସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଏଥିରେ ସରପଞ୍ଚ ଶ୍ରୀଧର ବେହେରା, ବିଷ୍ଣୁପୁର ସଂସ୍କୃତ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ, ଏଲକଣିଆଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ ସ୍ୱାଇଁ, ଛାତ୍ରଛାତ୍ରୀଙ୍କ ଅଭିଭାବକ ପ୍ରମୁଖ ଯୋଗଦେଇଥିବାବେଳେ ଜିପିସିଏମ ବିପିନି ବିହାରୀ କୁଅଁର, ଳିପନ ରାଉତ, ଦେବପ୍ରକାଶ ରାଉତ, ମାମିନା ସାହୁ, ମଧୁସ୍ମିତା ବାରିକ, ଶେଷଦେବ ବାରିକ, ଦିବ୍ୟ ପ୍ରୀୟଦର୍ଶନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ