କବି ଶୁକଦେବ ମଲ୍ଲିକଙ୍କ ସ୍ମୃତିସଭା

ହାଟଡିହି,(ବିକାଶ ବିଶ୍ୱାଳ) : ବଉଳା ସାହିତ୍ୟ ସଂସଦର ସମ୍ପାଦକ ତଥା ସମ୍ବାଦ ସାହିତ୍ୟଘରର ଉପଦ୍ଦେଷ୍ଟା ତଥା ବିଶିଷ୍ଟ କବି ତଥା ସାହିତ୍ୟିକ ସ୍ୱର୍ଗତ ଶୁକଦେବ ମଲ୍ଲିକଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଅଣା ଠାରେ ଅନୁଷ୍ଠିତ ହୋଇଯାଇଛି । ବଉଳା ସାହିତ୍ୟ ସଂସଦର ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସୁରେନ୍ଦ୍ର କୁମାର ପରିଡା, ହରିରହର ସାମଲ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ଶ୍ରୀକାନ୍ତ ପଟ୍ଟନାୟକ, ସରଳା ମହାପାତ୍ର, ବିଦ୍ୟୁତଲତା ଦେଓ, ସୁଦାମ ଚରଣ ଜେନା, ବନମାଳୀ ଯେନା, ପନିତାମ୍ବର ମଲ୍ଲିକ, ଗୋଲଖ ବିହାରୀ ନାୟକ, ନାରାୟଣ ସାହୁ, କ୍ଷେତ୍ରବାସୀ ରାଜ, ସୁବାସ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ଅଭୟ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶୁକବେତ୍ମଲ୍ଲିକଙ୍କ ଜୀବନାଦର୍ଶ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍ୱର୍ଗତ ମଲ୍ଲିକ ଏକାଧାରରେ ଜଣେ ସୁନାମଧନ୍ୟ ଶିକ୍ଷକ, କବି ଓ ସାହିତ୍ୟିକ ତଥା ଦକ୍ଷ ସଂଗଠକ ଭାବରେ ଜଣାଶୁଣା ଥିଲେବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜତିନ୍ଦ୍ର ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ଚନ୍ଦ୍ରଶେଖର ମଲ୍ଲିକ, କାଳନ୍ଦି ଚରଣ ମଲ୍ଲିକ, କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ