ବନ୍ତରେ ନୂତନ ବିଇଓଙ୍କ ଯୋଗଦାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ବିଇଓ ଭାବେ ଅଧିର କୁମାର ତରେଇ ଯୋଗଦାନ କରିଛନ୍ତି । ଏପରିପେକ୍ଷୀରେ କାର୍ଯ୍ୟାଳୟ ପରିସରରେ ସେକ୍ସନ ଅଫିସର ମଦନ ମୋହନ ନାୟକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅମୂଲ୍ୟ କୁମାର ମିଶ୍ର, ଅନାମ ଚରଣ ଜେନା, ଅଫିସ ସିନିୟର ଆସିଷ୍ଟାଣ୍ଟ ମୂରଲୀଧର ବଳଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ନୂତନ ବିଇଓଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ଶ୍ରୀ ତରେଇ ପୂର୍ବରୁ କେନ୍ଦୁଆପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପଦୋନ୍ନତି ହେବା ପରେ ବନ୍ତ ବ୍ଲକର ବିଇଓ ଦାୟୀତ୍ୱ ଗ୍ରହଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ