ଗୋପାଳ ବ୍ରହ୍ମଚାରୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବେଲଗଢିଆ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣସ୍ଥ ବ୍ରହ୍ମଚାରୀଙ୍କ ପୀଠରେ ବ୍ରହ୍ମଚାରୀ ଶ୍ରୀ ଗୋପାଳ ଦାସଙ୍କର ୨୭ତମ ବାର୍ଷିକ ମହୋତ୍ସବ ଅମାବାସ୍ୟା ତିଥିରେ ଯଥାରୀତି ପାଳିତ ହୋଇଯାଇଛି । ଗୀତାଯଜ୍ଞ, ପ୍ରସାଦ ସେବନ, ଦୀପ ପ୍ରଜ୍ଜେ୍ୱାଳନ, ଭଜନ ସମାରୋହ, ଗୁରୁମନ୍ତ୍ରରେ ଚତୁର୍ଥ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଳାଶୁଣୀ ଗୁମ୍ଫା ମହନ୍ତ ଶ୍ରୀ ନାମାନନ୍ଦ ଦାସ ମହାରାଜ ପୌରହିତ୍ୟ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ଯାଜପୁର ଆଦି ଜିଲାର ଗୁରୁଭ୍ରାତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ