ଗାଁ ସାଥୀ(ମେଟ)ଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରାପଡା ବିଡିଓଙ୍କ ସହ ସଙ୍ଘର ମିଳିତ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଗାଁ ସାଥୀ(ମେଟ)ସଙ୍ଘ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଗତ ୧୨ତାରିଖରେ କେନ୍ଦ୍ରାପଡା ବିଡିଓଙ୍କୁ ଏକ ୬ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସେହି ଅନୁଯାଇ ବିଡିଓଙ୍କ ପରାମର୍ଶ କ୍ରମେ ଆଜି ଏକ ବୈଠକ ଆହୁତ ହୋଇଥିଲା । ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବୀ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସବିଶେଷ ଆଲୋଚନା କରାଯିବା ପରେ କେନ୍ଦ୍ରାପଡା ବ୍ଲକର ସବୁ ପଂଚାୟତରେ ମନରେଗା ଯୋଜନାର ସମସ୍ତ ପ୍ରକଳ୍ପରେ ଗାଁସାଥୀମାନଙ୍କୁ ନିୟୋଜିତ କରାଯିବା, ପଂଚାୟତର ମାସିକ ବୈଠକରେ ସେମାନଙ୍କୁ ସାମିଲ କରାଯିବା, ଗାଁ ସାଥୀ(ମେଟ)ମାନଙ୍କର ନିର୍ଭୁଲ ଡାଟାବେସ ସଙ୍ଘ ସହ ପରାମର୍ଶ କ୍ରମେ ସକ୍ରୀୟ ଥିବା ଗାଁ ସାଥୀଙ୍କୁ ନେଇ ପ୍ରସ୍ତୁତ କରାଯିବା ଏବଂ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ଏବିଡିଓ ଅନିରୁଦ୍ଧ ବେହେରା, ମନରେଗା ଏପିଓ ସତ୍ୟରଞ୍ଜନ ସୁଆର, ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ଗାଁ ସାଥୀ(ମେଟ)ସଙ୍ଘ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ବ୍ଲକ ଶାଖା ସଭାପତି ପ୍ରଶାନ୍ତ କୁମାର ଦାସ, ସମ୍ପାଦକ କୁଞ୍ଜବିହାରୀ ପଣ୍ଡା, ଜିଲ୍ଲା ସମ୍ପାଦକ ଅନିଲ କୁମାର ଜେନା, ବରଦାକାନ୍ତ ପାତ୍ର, ରମାକାନ୍ତ ନାୟକ, କମଳା କୁମାରୀ ରାଉତ, କାହ୍ନୁଚରଣ ମଳିକ, ଗୋଲଖ ବିହାରୀ ସାହୁ, ନିର୍ମଳା ମଳିକ, ପୂର୍ଣ୍ଣମା ମଳିକ, ଲିତା ଦାସ, ବିଜୟ କୁମାର ସେଠୀ, ମଙ୍ଗେଶ୍ୱର ସ୍ୱାଇଁ, ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ