ଦାରିଙ୍ଗବାଡିରେ ନୂତନ ତହସିଲ୍ଦାରଙ୍କ ଦାୟିତ୍ୱ ଗ୍ରହଣ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକରେ ନୂତନ ତହସିଲ୍ଦାର ଭାବେ କଳାକୃଷ୍ଣ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗଂଜାମ ଜିଲା କୁକୁଡ଼ାଖଣ୍ଡି ତହସିଲର ଅତିରିକ୍ତ ତହସିଲ୍ଦାର ଭାବେ କାର୍ୟ୍ୟକରୁଥିଲେ। ପଦୋନ୍ନତି ପାଇ ଆଜି ସେ ତହସିଲ୍ଦାର ଭାବେ ଯୋଗଦେଇ ଛନ୍ତି। ଏହା ପୂର୍ବରୁ ଦାରିଙ୍ଗବାଡି ତହସିଲ୍ଦାର ଭାବେ ଥିବା ନିତିଶ୍ କୁମାର ତ୍ରିପାଠୀଙ୍କର ଗଂଜାମ ଜିଲାର ପୁରୁଷୋତ୍ତମପୁର ତହସିଲ୍ କାର୍ୟ୍ୟାଳୟକୁ ତହସିଲ୍ଦାର ଭାବେ ବଦଳି ହୋଇଛି। ଆଜି ନୂତନ ତହସିଲଦାର ଶ୍ରୀ ପ୍ରଧାନ ଯୋଗଦେବା ପରେ କାର୍ୟ୍ୟାଳୟର କର୍ମଚାରୀ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିବା ବେଳେ ଏହି ଅବସରରେ ଶ୍ରୀ ପ୍ରଧାନ ଅଞ୍ଚଳରେ ଚୋରାବାଲି ତଥା ଚୋରା ପଥର କାରବାର ରୋକିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଜାତିଗତ ପ୍ରମାଣପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଭଳି ସମସ୍ତ ପ୍ରମାଣପତ୍ର ଯେଭଳି ଭାବେ ସାଧାରଣ ଜନତା ତୁରନ୍ତ ପାଇ ପାରିବେ ସେ ଦିଗରେ ଗୁରୁତ୍ୱ ଦେବି ବୋଲି ମତ ପ୍ରକାଶ କରିଛନ୍ତି।