ପରିଣତ ବୟସରଙ୍କ ବି ମିଳୁନି ବାର୍ଦ୍ଧକ୍ୟ ଭତା, ଅଭାବ ଅନଟନରେ ଜୀବନ କାଟୁଛନ୍ତି ବୃଦ୍ଧ ନାଭ ଓ ତାଙ୍କ ପତ୍ନି

ଘଟଗାଁ,(ନାରାୟଣ ପଲେଇ): ବୃଦ୍ଧ ବୃଦ୍ଧାଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ମାତ୍ର ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ମାନଙ୍କ ଅବହେଳା ପାଇଁ ସରକାରଙ୍କ ଯୋଜାନ ସଠିକ ଲୋକଙ୍କ ନିକଟରେ ପହଚିଁ ପାରୁନି । ଯାହା ଫଳରେ ପରିଣତ ବୟସରବି ଅତି ଅସହାୟ ଭାବେ ଜୀବନ ବିତାଇବାକୁ ପଡୁଛି ଅନେକ ବୃଦ୍ଧ ବୃଦ୍ଧା ମାନଙ୍କୁ । ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବେଢାପାଳ ଗ୍ରାମରେ । ଗାଁର ନାଭ ନାଏକ ଓ ତାଙ୍କ ସ୍ତ୍ରୀ ମଙ୍ଗୁଳୀ ନାଏକ ଉଭୟଙ୍କ ବୟସ ୮୦ ପାଖନାଖ । କିନ୍ତୁ ଆଜି ପର୍ଯ୍ୟନ୍ତ ମିଳୀପାରୁନାହିଁ ବାର୍ଦ୍ଧକ୍ୟ ଭତା । ଏ ଘଟଣାଟିକୁ ଆମେ ଘଟଗାଁ ବିଡିଓଙ୍କୁ ଦେଖେଇବାରୁ ସେ ଖୁବ୍‌ଶିଘ୍ର ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରି ଉଭୟଙ୍କୁ ଭତା ଯୋଗାଇଦେବେ ବୋଲି ପ୍ରତିସୃତି ଦେଇଛନ୍ତି । ସମ୍ପୁର୍ଣ୍ଣ କାହାଣୀଟିକୁ ଜଦି ଦେଖିବା, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବେଢାପାଳ ଗ୍ରାମରେ ରହୁଥିବା ନାଭ ନାଏକ ଓ ତାଙ୍କ ପତ୍ନୀ ମଙ୍ଗୁଳି ନାଏକ ଉଭୟଙ୍କ ବୟସ ୮୦ ଟପିଲାଣି ମାତ୍ର ଆଜିଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତା ମିଳିପାରିନାହିଁ । ପାରିବାରିକ ସମସ୍ୟା କାରଣରୁ ଉଭୟ ପତି ପତ୍ନୀ ଦିର୍ଘବର୍ଷ ହେବ ପୁଅ ବହୁ ଠାରୁ ଅଲଗା ରହି ଚଳୁଛନ୍ତି । ଏବେ ବୟସର ଅପରାହ୍ନରେ ଉଭୟ ବୃଦ୍ଧ ବୃଦ୍ଧାଙ୍କୁ ଦିଓଳି ଦିମୁଠା ଖାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ନାଭ ନାଏକ ଶାରିରୀକ ଅସୁସ୍ଥତା କାରଣଙ୍କୁ କୌଣସି କାମଧନ୍ଧା କରିପାରୁନଥିବା ବେଳେ ପତ୍ନୀ ଶାଳ ପତ୍ରରେ ଖଲି ତିଆରି କରି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ହିଁ ଉଭୟଙ୍କୁ ବହୁ କଷ୍ଟରେ ଜୀବନ ବିତାଇବାକୁ ପଡୁଛି । କେବଳ ପିଡିଏସ ଚାଉଳ ଉଭୟଙ୍କୁ ମିଳୁଥିବା ବେଳେ ବାର୍ଦ୍ଧକ୍ୟ ଭତା ପାଇଁ ବାରମ୍ବାର ଆବେଦନ ପରେ ବି ନିରାଶ ହେବାକୁ ପଡିଛି ଏମାନଙ୍କୁ । ଅନେକ ଥର ନିରାଶ ହେବା ପରେ ସରକାରଙ୍କ ଉପରେ ଅଭିମାନ କରି ଆଉ ପାଇବା ଆଶା ମଧ୍ୟ ରଖିନାହାନ୍ତି । ଯଦି ସରକାର ଭତା ଦେବେ ତ ଭଲ ନହେଲେ ବି ଆଉ କେତେ ଦିନ ବଂଚିବୁ ଯେ ଆଶା ରଖିବୁ ବୋଲି ଉଭୟ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏନେଇ ଆମେ ଘଟଗାଁ ବିଡିଓଙ୍କ ଦୃଷ୍ଟିଗୋଚର କରିବାରୁ ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରି ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ବିଡିଓ ଦେଇଥିବା ପ୍ରତିଶୃତି ଯଦି ପାଳନ କରନ୍ତି ତେବେ ଏହି ବୃଦ୍ଧ ବୃଦ୍ଧାଙ୍କ ବାକି ଜୀବନ ଭଲରେ କଟନ୍ତା ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ