ବୁଗୁଡ଼ାରେ ନୂତନ ବିଇଓଙ୍କ ଦାୟିତ୍ୱ ଗ୍ରହଣ, ଶିକ୍ଷକ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ନୂତନ ବିଇଓ ଭାବେ ନୀଳମାଧବ ଷଡଙ୍ଗୀ ନଭେମ୍ବର ୨୦ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଶିକ୍ଷକ ସମାଜ ଓ ଅଫିସ ଷ୍ଟାପ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ବୁଗୁଡାର ପୂର୍ବତନ ବିଇଓ ରସାନନ୍ଦ କରଙ୍କ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ବିଇଓ ଭାବେ ବଦଳି ହୋଇଥିବା ବେଳେ ପୋଲସରା ବ୍ଲକ ମଧୁସୂଦନପୁର କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ନୀଳମାଧବ ଷଡଙ୍ଗୀଙ୍କ ପଦୋନ୍ନତି ହୋଇ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । ଶ୍ରୀ ଷଡଙ୍ଗୀ ବୁଗୁଡା ବିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପୀତାମ୍ବର ବିଷୋୟୀଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ସୁରେନ୍ଦ୍ର ଜେନା, ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ନଗେନ୍ଦ୍ର କୁମାର ଷଡଙ୍ଗୀ,ଉପସଭାପତି କାଳୀ ଚରଣ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ, ସିଆରସିସି ରାଜେନ୍ଦ୍ର କୁମାର ସାହୁ, ଖଲି ପାଢ଼ୀ ପ୍ରମୁଖ ନୂତନ ବିଇଓ ଶ୍ରୀ ଷଡଙ୍ଗୀଙ୍କୁ ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ବିଇଓଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ