ବେଆଇନ ଭାବେ ବାଲି ଟ୍ରାକ୍ଟର ପୋଲିସ ଦ୍ୱାରା ଜବତ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ତହସିଲ ଅନ୍ତର୍ଗତ କଡୀଗାଁ ନଦୀ ପଟରୁ ବେନିୟମ ଭାବରେ ବାଲି ଉତ୍ତୋଳନ କରି ୩ ଟି ଟ୍ରାକ୍ଟର ପୋଲିସ ଦ୍ୱାରା ଜବତ ହୋଇଛି | ଘଟଣାରୁ ଜଣାଯାଉଛି ଯେ ଗୋଟିଏ ଟ୍ରାକ୍ଟରର ନମ୍ବର ଓଡି.୨୦୮୩୪୪ ବାଲି ବୋଝେଇ ହୋଇ ଚାଲାଣ ନିମନ୍ତେ ରହିଥିଲା | ଖବର ପାଇ କାଶୀନଗର ଥାନା ଏସ ଆଇ ରଶ୍ମି ରଞ୍ଜନ ନଦୀ କୂଳରେ ପହଞ୍ଚି ଟ୍ରାକ୍ଟର ଜବତ କରି ଥାନାରେ ରଖାଯାଇଛି | ଟ୍ରାକ୍ଟର ଡ୍ରାଇଭର କୁ ଓଡିଶା ଖଣି ଆଇନରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଅନ୍ୟ ଖାଲିଥିବା ଟ୍ରାକ୍ଟର ଦୁଇଟିରୁ ଫି ଆଦାୟ କରାଯିବ ବୋଲି ଏସଆଇ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ