ବ୍ରହ୍ମପୁର ଏମକେସିଜି ମେଡିକାଲର ସମୀକ୍ଷା ବୈଠକ
ଛତ୍ରପୁର :ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ଏମକେସିଜି ମେଡିକାଲ ର ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ପରିସରରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ସୁପର ସ୍ପୋଶାଲିଷ୍ଟ କୋଠାକୁ ଆସନ୍ତା ଡିସେମ୍ବର ମାସରେ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ମେଡିକାଲ ପରିସରରେ ପୁଲିସ ଆଉଟ୍ ପୋଷ୍ଟର କର୍ମଚାରୀ ବୃଦ୍ଧି କରିବା ସହ ପୋଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ କୁହାଯାଇଛି । ମେଡିକାଲରେ ବାୟୋମେଟ୍ରିକ ବ୍ୟବସ୍ଥା, ପାକିଂ ବ୍ୟବସ୍ଥା, ବ୍ୟାଟେରୀ ଚାଳିତ ଗାଡି ଓ ଅଭିଯୋଗ ପ୍ରକୋଷ୍ଠର ବ୍ୟବସ୍ଥା କରାଯିବ । ଟ୍ରେନ ବ୍ୟବସ୍ଥାରେ ସୁଧାର ଆଣିବା ସହ ଏହାର ପାଶ୍ୱର୍ରେ ବୃକ୍ଷ ରୋପଣ କରିବାକୁ କୁହାଯାଇଛି । ମେଡିକାଲର ଉପରିସ୍ଥ ଅଧିକାରୀ ଅଚାନକ ପରିଦର୍ଶନ କରିବା ପାଇଁ ପରାମର୍ଶ ଦିଆଯାଇଛି । ମେଡିକାଲରେ ଖାଲି ପଡିଥିବା ଷ୍ଟାପ ପଦବୀ ପୂରଣ ପାଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ମେଡିକାଲରେ ଅଧିକ ସଂଖ୍ୟାକ ସିସିଟିଭି ଲଗାଯିବ । ଏହି ସମସ୍ତ ସିସିଟିଭିର କଂଟ୍ରୋଲ ରୁମ ସ୍ୱତନ୍ତ୍ର ଭାବେ ରହିବ । ବ୍ରହ୍ମପୁର ମହାନଗର ନୀଗମ ପକ୍ଷରୁ ସଫେଇ କାର୍ଯ୍ୟ କରାଯିବ ନିମନ୍ତେ ସ୍ଥିର କରାଯାଇଛି । ପରିମଳ ବ୍ୟବସ୍ଥା ଓ ସବୁଜ କରଣ ପାଇଁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ସେବା ପ୍ରତି ଯତ୍ନ ମାନ ହେବାକୁ ପରାମର୍ଶ ଦିଆଯାଇଛି । ମେଡିକାଲକୁ ଆସୁଥିବା ରୋଗୀ ଯେପରୀ ଉତମ ସେବା ପାଇବେ ସେଥି ପ୍ରତି ଡାକ୍ତର ଓ କର୍ମଚାରୀ ଧ୍ୟାନ ଦେବାକୁ କୁହାଯାଇଛି । ଏହି ବୈଠକରେ ଏମକେସିଜି ମେଡିକାଲ ଅଧ୍ୟକ୍ଷ ଡାକ୍ତର ରାଧାମାଧବ ତ୍ରିପାଠୀ, ଅଧିକ୍ଷୀକ ଡାକ୍ତର ଚରଣ ପଣ୍ଡା , ପ୍ରସାଶନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ , ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ତତାତ୍ରେୟ ଭାଉସାହେବ ପ୍ରମୁଖ ଉପସ୍ଥିତ ଥିଲେ ।