ସିୟୁଟିଏମ୍ରେ ଆଣ୍ଟିଜେନ ପରୀକ୍ଷା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ଠାରେ କରୋନା ସଂକ୍ରମଣ ଚିହ୍ନଟ ନିମନ୍ତେ ଆଣ୍ଟିଜେନ ଟେଷ୍ଟ କରାଯାଇଥିବାର ଦେଖିବାକୁ ମିଳିଛି । ଆଜି ଶୁକ୍ର ବାର ପୂର୍ବହ୍ନ ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ôଚ ଅସ୍ଥାୟୀ ଶିବିର ଖୋଲି ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚରୀଙ୍କ ପରୀକ୍ଷଣ କରିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାରେ ବର୍ତ୍ତମାନ କରୋନା ପରିସ୍ଥିତି କମିଥିବାବେଳେ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଆଣ୍ଟିଜେନ ଟେଷ୍ଟକୁ ତ୍ୱରାନ୍ୱିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସିୟୁଟିଏମ୍ରେ ମଧ୍ୟ ଏପରି ପରୀକ୍ଷଣ କରାଯାଇଛି । ତଥାପି କୋଭିଡ୍-୧୯ର ସମସ୍ତ ନିୟମ ଜିଲ୍ଲାରେ ପାଳନ କରିବାପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଏହି ଆଣ୍ଟିଜେନ ଟେଷ୍ଟରେ ଡାକ୍ତର ରେଗାଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଡାକ୍ତର ଚେତନ, ଡାକ୍ତର ସୁଲୋଚନା ପଣ୍ଡା, ପୌରପରିଷଦର ଗୋଷ୍ଠୀ ସଂଗଠିକା ଇନ୍ଦିରା ଗୌଡ ପ୍ରମୁଖଙ୍କ ସହ ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗଦେଇ ନିରୀକ୍ଷଣ କରୁଛନ୍ତି । ଆଜିର ଏହି ଆଣ୍ଟିଜେନ ଟେଷ୍ଟରେ ସିୟୁଟିଏମ୍ର ପ୍ରାୟ ୨୩୪ଜଣ ଟେଷ୍ଟ କରିଥିବାବେଳେ ୫୨ଜଣଙ୍କ ଆର୍ଟିପିସିଆର ନମୂନା ସଂଗ୍ର କରାଯାଇଥିବାର ଜଣାପଡିଛି ।