ସୁରତରେ ଅଠର ଟି ମହିଳା ମଣ୍ଡଳର ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ର ୧୮ ଟି ମହିଳା ମଣ୍ଡଳ ସଦସ୍ୟା ବୃନ୍ଦଙ୍କୁ ନେଇ ସୁରତ ମହାନଗର ନିଗମର ଉଦୁନା ଅଞ୍ଚଳର ହରି ନଗର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ନଭେମ୍ବର ୨୦ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଟ୍ରଷ୍ଟର ଆଇନ ପରାମର୍ଶଦାତା ସ୍ୱାତୀ ରାଖଣ୍ଡ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଉଦୁନା ଅଞ୍ଚଳ ସଙ୍ଗଠକ ଜୟରାମ ଦଳେଇ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ମହିଳା ଗୃପ , ବୀମା, ମା କାର୍ଡ଼, ଓ ଭୋଟ କାର୍ଡ଼ ବିଷୟରେ ଆଲୋଚନା ହୋଇଥିଲା । ଗୁଜୁରାଟ ସରକାର ପ୍ରତି ୧୦ ଜଣ ମହିଳାଙ୍କୁନେଇ ଏକ ଗୃପ ଗଠନ କରି ମହିଳାମାନେ ସ୍ୱବାଲମ୍ବୀ ହେବା ପାଇଁ ପ୍ରତ୍ୟେକ ଗୃପକୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରବାସୀ ଓଡ଼ିଆ ମହିଳା ମାନେ ଏହାର ସୁଯୋଗ ନେବାକୁ ପ୍ରବାସୀ ଓଡ଼ିଆ ସମାଜ ସଭାପତି ଶ୍ରୀ ସାହୁ ଅନୁରୋଧ କରିଥିଲେ । ଫ୍ୟାକ୍ଟେରୀ ମାଲିକମାନେ ଶ୍ରମିକ ମାନଙ୍କ ସୁବିଧା ପାଇଁ ପିଏଫ ଓ ବୀମା ଯୋଜନା କରୁନଥିବା ବେଳେ ସରକାରଙ୍କ ସହ ଆଲୋଚନା କରିବା ପରେ ମାତ୍ର ଦୁଇଶହ ଟଙ୍କା ବାର୍ଷିକ ପ୍ରିମୟମ ଦେଇ ଦଶ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଯେଉଁମାନେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମା କାର୍ଡ଼ କରିନାହାଁନ୍ତି ଓ ଯେଉଁମାନଙ୍କ ଭୋଟ ତାଲିକାରେ ନାମନାହିଁ ସେମାନେ ଅଞ୍ଚଳର ସଙ୍ଗଠକଙ୍କ ପରାମର୍ଶ ନେଇ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ