ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ନବ ଓଡ଼ିଶା ନିର୍ମାତା ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ମୟୂରଭଂଜ ଜିଲ୍ଲାର ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ତରଫରୁ ଭାରତର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ , ବିଶିଷ୍ଟ ରାଜନୀତିଜ୍ଞ, ଐତିହାସିକ,ସାହିତ୍ୟିକ, ଉତ୍କଳ ମାତାର ସୁଯୋଗ ସନ୍ତାନ, ପୂର୍ବତନ ମୁଖ୍ୟମନ୍ତ୍ରୀ,ନବ ଓଡ଼ିଶାର ବିନ୍ଧାଣି ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ /ଶିକ୍ଷକ ଡଃ ଶଶିଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ଯୁବ କବି/ଶିକ୍ଷକ ଅମିତାଭ ମିଶ୍ର, ଡ଼ଃ ସରୋଜ ନାୟକ, ଅମୂଲ୍ୟ କୁମ୍ଭକାର ଉପେନ୍ଦ୍ର ବେହେରା,ମନୋଜ ପରିଡା ଏବଂ ଅନ୍ୟ ଲେଖକ,କବି, ଔପନ୍ୟାସିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ମହାନ ଜନନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ । ପରେ ଡଃ ମହତାବଙ୍କ ଜୀବନାଦର୍ଶନ ଉପରେ ଆଲୋକପାତ କରିଥିଲେ । ମନୋରଞ୍ଜନ ମେଳା ଏବଂ ଶାନ୍ତିଲତା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ଦିନରେ ଡ଼ଃ ମହତାବଙ୍କ କୃତ ଲିଖିତ ପୁସ୍ତକ ସଂଗ୍ରହ ତଥା ସେଗୁଡିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ,ସେ ସଂପର୍କରେ ଆଲୋଚନା ହୋଇଥିଲା |


