ହାତୀ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ;ରାତିରେ ଗଛ ଉପରେ ମଂଚା କରି ଜଗୁଛନ୍ତି ଚାଷୀ

ଘଟଗାଁ,(ନାରାୟଣ ପଲାଇ):ପାଖାପାଖି ଏକ ବର୍ଷ ହେବ କରୋନା ମହାମାରି ପାଇଁ ଦେଶର ଅର୍ଥନିତି ତଳକୁ ଖସିବା ସହିତ ଦିନ ମଜୁରିଆ, ଖଟିଖିଆ ଲୋକମାନଙ୍କ ସମ୍ବଳ ସବୁ କେବେଠୁ ସରିଗଲାଣୀ । ଦିନ ମଜୁରିଆଙ୍କର ଜୀବନ ବର୍ତମାନ ଧାନ ଚାଷ ଉପରେ କିନ୍ତୁ ହାତି ଉପଦ୍ରବ ପାଇଁ ସେସବୁକୁ ହରାଇ ବସିଲେଣି ଚାଷୀ ଯାହା ଚାଷି ମାନଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଟଗାଁ ବନାଂଚଳ ଅଧିନସ୍ଥ ଅଂଚଳରେ । ଏଠାରେ ହାତୀପଲ ଠିକ୍ ସଂନ୍ଧ୍ୟା ହେବା ମାତ୍ରେ ଜଙ୍ଗଲ ପାଶ୍ୱବର୍ତି ଧାନ ବିଲରେ ପଶି ବନ୍ଧା ହୋଇଥିବା ଧାନ ବିଡା ଗୁଡିକୁ ମାଡି ଚକଟି ନଷ୍ଟ କରୁଥିବାରୁ ଚାଷି ମାନେ ଗଛ ଉପରେ ମଂଚା କରି ରାତିରେ ଧାନ ବିଲ ଗୁଡିକୁ ଜଗୁଛନ୍ତି । ତେବେ ହାତିମାନେ ଚାଷିଜମି ନଷ୍ଟ କରୁଥିବାର ଖବର ପାଇଁ ଘଟଗାଁ ବନ ବିଭାଗ ହାତି ମାନଙ୍କୁ ଘଉଡାଇବା ପାଇଁ ଆସୁଥିଲେ ମଧ୍ୟ ହାତିଗୁଡିକୁ ଘଉଡାଇବା ବଦଳରେ ଗାଡିରେ ବସି ବସି ପଳେଇ ଆସୁଥିବା କଥା ପ୍ରକାଶ କରିଛନ୍ତି ଚାଷି ମାନେ । ତେବେ ବର୍ତମାନ କୋଭିଡ୍ ରେ ପିଡିତ ହୋଇ ଘଟଗାଁ ବନାଂଚଳ ଅଧିକାରୀ ଛୁଟିରେ ଥିବା ବେଳେ ଆମେ ଏସମ୍ପର୍କରେ ତାଙ୍କ ଦାୟିତ୍ୱରେ ଥିବା ଫରେଷ୍ଟର ପୁର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଅବଗତ କରାଇଥିଲୁ କିନ୍ତୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ତାଙ୍କ କର୍ତବ୍ୟ ଠିକ୍ ଭାବେ ପାଳନ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ । ଘଟଗାଁ ବନ ବିଭାଗ ଅଧିନ୍ୟସ୍ତ ଅଶନବାହାଳୀ, ଗୟଳମୁଣ୍ଡ, କୁଲାଡେରା ଓ ପୁରୁମୁଣ୍ଡା ପ୍ରମୁଖ ଆଖପାଖ ଗାଁ ଗୁଡିକରେ ହାତିମାନଙ୍କର ଉପଦ୍ରବ ଲଗାତର ଲାଗିରହିଥିବା ଦେଖିବାକୁ ମିଳିଛି । ହାତିଗୁଡିକ ପ୍ରତ୍ୟେକ ଦିନ ଉକ୍ତ ଗାଁ ପାଖ ଜଙ୍ଗଲରେ ରହୁଛନ୍ତି ଠିକ୍ ସଂନ୍ଧ୍ୟା ହେବା ମାତ୍ରକେ ଜଙ୍ଗଲ ପାଶ୍ୱବର୍ତି ଚାଷ ଜମିକୁ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଥିବା ଦେଖିବାକୁ ମିଳିଛି । ତେବେ ଚାଷି ମାନେ ଧାନ ବିଲକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ରାତି ଗଛ ଉପରେ ମଂଚା ତିଆରି କରି ଚାଷ ଜମିକୁ ଜଗୁଛନ୍ତି । ଧାନ ଚାଷ ଛଡା ଏଠାକାର ଲୋକମାନଙ୍କର ଆଉ କିଛି ଚାରା ନଥିବାରୁ ଜୀବନକୁ ବାଜି ଲଗାଇ ହାତୀ ଗୁଡିକୁ ଘଉଡାଉଛନ୍ତି । ହାତୀପଲ ଙ୍କର ଉପଦ୍ରବ୍ୟ ଦିନେ ନାହିଁ ଦୁଇ ଦିନ ନାହିଁ ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେଲା ମାତ୍ରେ ବାହାରୀ ଫସଲ ସବୁ ନଷ୍ଟ କରୁଥିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହିତ ରାତିରେ ଶାନ୍ତିରେ ଶୋଇପାରୁ ନାହାନ୍ତି । ତେବେ ହାତିମାନେ ଚାଷିଜମି ନଷ୍ଟ କରୁଥିବାର ଖବର ପାଇଁ ଘଟଗାଁ ବନ ବିଭାଗ ହାତି ମାନଙ୍କୁ ଘଉଡାଇବା ପାଇଁ ଆସୁଥିଲେ ମଧ୍ୟ ହାତିଗୁଡିକୁ ଘଉଡାଇବା ବଦଳରେ ଗାଡିରେ ବସି ବସି ପଳେଇ ଆସୁଥିବା କଥା ପ୍ରକାଶ କରିଛନ୍ତି ଚାଷି ମାନେ । ତେବେ ବର୍ତମାନ କୋଭିଡ୍ ରେ ପିଡିତ ହୋଇ ଘଟଗାଁ ବନାଂଚଳ ଅଧିକାରୀ ଛୁଟିରେ ଥିବା ବେଳେ ଆମେ ଏସମ୍ପର୍କରେ ତାଙ୍କ ଦାୟିତ୍ୱରେ ଥିବା ଫରେଷ୍ଟର ପୁର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଅବଗତ କରାଇଥିଲୁ କିନ୍ତୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ତାଙ୍କ କର୍ତବ୍ୟ ଠିକ୍ ଭାବେ ପାଳନ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ହାତି ଗୁଡିକୁ ଘଉଡାଉବା ଦାୟୀତ୍ୱରେ ଥିବା ସରକାରୀ ବାବୁ ମାନଙ୍କର ଅଳସୁଆମି ଚାଷିମାନଙ୍କୁ ନାକେଦମ କରିସାରିଲାଣୀ । ଦେଖିବାକୁ ବାକି ରହିଲା କେବେ ଚାଷୀ ମାନେ ଏସବୁ ସମସ୍ୟାରୁ ତ୍ରାହୀ ପାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ