କୋଡିଏ ଗାଁ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲାର ୨୦ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ । ଶିଶୁ ଦିବସ ଅବସରରେ ଏକ ଅନଲାଇନ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ନୀତ୍ ଭରଦ୍ବାଜ, ଆଇ.ଏ.ଏସ୍ ଗ୍ରାମବାସ୍ୟଙ୍କ ଦାବୀକୁ ଅନୁମୋଦନ କରି ୨୦ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେଘୋଷଣା କରିଛନ୍ତି । ଏଥିରେ ବାଙ୍ଗିରିପୋଷି ବ୍ଲକର ୯ ଟି ଗ୍ରାମ, ବଡ଼ସାହି ଓ ତିରିଙ୍ଗି ବ୍ଲକ ୨ଟି ଏବଂ ବେତନଟି, କେଶିପୁର,କପ୍ତିପଦା, ଶାମାଖୁଟା, ବିଶୋଇ, ମୋରଡା ଓ ଖୁଣ୍ଟା,ବ୍ଲକର ୧ଟି ଲେଖାଏଁ ଗ୍ରାମ ବାଲ୍ୟ ବିବାହ ମୁକ୍ତଗ୍ରାମ ଭାବେ ଘୋଷିତ ହୋଇଛି । ଏହି ପ୍ରକ୍ରିୟାକୁ ଏକ ମିଶନ୍ ମୋଡ଼ରେ ଆଗେଇନେଇ ସମଗ୍ର ଜିଲ୍ଲାକୁ ବାଲ୍ୟ ଦିବାହ ମୁକ୍ତ ଭାବେ ପରିଣତ କରିବା ପାଇଁଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ତଥା ଜନ ସାଧାରଣଙ୍କ ମିଳିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।ଜିଲ୍ଲା ମଡ଼େଲ୍ ଗ୍ରାମ ସୃଷ୍ଟି କରି ବାଲ୍ୟ ବିବାହକୁ ବାରଣ କରିଥିବା କିଶୋର କିଶୋରୀ ମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତକରିବାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସହଯୋଗ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୟୁରଭଞ୍ଜ, ପ୍ରକଳ୍ପ ନିର୍ଦ୍ଦେଶକ ଉମେଶ କୁମାର ନାୟକ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସେହିପରି ମହିଳା ଓ ଶିଶୁ ବିଭାଗ ଦ୍ବାରା ଅନୁଷ୍ଠିତ କରାଯାଉଥିବା । ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅନୂସୟା ସାହୁ, ଭବିଷ୍ୟତରେ ଆହୁରି ପ୍ରଭାବି ତଙ୍ଗରେ ଏହିସବୁ କାର୍ଯ୍ୟକ୍ରମ ମିଳିତ ଭାବେ ରୂପାୟନ କରିବା ପାଇଁ ସେ କହିଥିଲେ। ବାଲ୍ୟ ବିବାହ ମୁକ୍ତ ଘୋଷିତହୋଇଥିବା ଗ୍ରାମର ଫଚାୟତ ସଦସ୍ୟ ସଦସ୍ୟା ଯଥା ସରଫଚ, ୱାର୍ଡ ମେମ୍ବରମାନେ ତାଙ୍କ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଥିବାରୁ ପ୍ରଶାସନକୁ ସାଧୁବାଦ ଦେବା ସହିତ ଆଗାମୀ ଦିନରେ ସେହି ଗ୍ରାମରେ ଆଉ କୌଣସି ବାଲ୍ୟ ବିବାହ କରାଇନଦେବା ପାଇଁ ପ୍ରକାଶ କରିଥିଲେ ଏବଂ ଆଖପାଖ ଗ୍ରାମର ଲୋକଙ୍କୁ ମଧ୍ୟ ସଚେତନ କରିବାପାଇଁ ଏକ ଭୂମିକା ଗ୍ରହଣକରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ପ୍ରକ୍ରିୟାକୁ ନିରନ୍ତର ଜାରି ରଖି ନିଜ ଫଚାୟତକୁ ସମ୍ପୂର୍ଣ୍ଣଭାବେ ବାଲ୍ୟ ବିବାହ ମୁକ୍ତ କରିବାପାଇଁ ସଂପୃକ୍ତ ଜନପ୍ରତିନିଧ ଘୋଷଣା କରିଥିଲେ ।ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିର ନିରାକରଣ ପାଇଁ ଏକ ସୁସ୍ଥ ବିକଶିତ ସମାଜ ଗଠନ ଦିଗରେ ଏହା ନିତାନ୍ତ କରୁରୀ । ବାଲ୍ୟ ବିବାହର ନିରାକରଣ ପାଇଁ ପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ଗ୍ରାମରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏ ସଂପର୍କୀତ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ କରାଯାଇଆସୁଅଛି । ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତଥା ଅନ୍ୟାନ୍ୟ ସରକାରୀ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇ ଜନ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ଯଥା :- ସାମୁହିକ ଶପଥ ପାଠ, ରାଲି ଓ ସଚେତନତା ସଭା, କିଶୋରୀ ମାନଙ୍କର ତାଲିମ, ବାଲ୍ୟ ବିବାହକୁବନ୍ଦ କରିବା ଦିଗରେ ବିଶେଷ ଗୁରୁତ୍ବ ଦିଆଯାଉଛି । ପ୍ରଶାସକର ପ୍ରଭାବୀ ପଦକ୍ଷେପ ଓ ଗ୍ରାମବାସୀ ମାନଙ୍କର ଏଥିରେ ସକ୍ରିୟ ଅଂଶ ଗ୍ରହଣ ଫଳ ସରୁପ ଗ୍ରାମବାସୀ ମାନେ ସଚେତନ ହୋଇ ଭବିଷ୍ୟତରେ ନିଜ ଗ୍ରାମରେ କୌଣସି ବାଲ୍ୟ ବିବାହ କରାଇନଦେବା ପାଇଁଗ୍ରାମବାସୀ ନିଷ୍ପତି ଗ୍ରହଣ କରିଛନ୍ତି । ଉପରୋକ୍ତ ଘୋଷିତ ୨୦ଟି ଗ୍ରାମରେ ବିଗତ ୨ ବର୍ଷ ମଧ୍ୟରେ ଗୋଟିଏ ବି ବାଲ୍ୟ ବିବାହ ହୋଇନାହିଁ । ଗ୍ରାମବାସୀମାନେ ତାକୁ ସଫଳତାର ସହିତ ବନ୍ଦ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ଵାଳ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ସଂପର୍କରେ ନିଜ ବକ୍ତବ୍ୟ ରଖିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, କିଲ୍ଲା ଶିକ୍ଷା ଅଧିକାରୀ ପଦୋଷ କୁମାର ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ସଂଗଳ ଅଧିକାରୀ ଚିତରଞ୍ଜନ ମହାପାତ୍ର, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣ କଳ୍ପନା ମହାନ୍ତି ଓ ସଦସ୍ୟମାନେ, ଚାଇଲ୍ଡ ଲାଇର ପ୍ରତିନିଧି ଓ ଜିଲ୍ଲା ଟାକ୍ସ ଫୋର୍ସର ସଂପୃକ୍ତ ଥିବା ସାମାଜିକ ସଂଗଠନର ପ୍ରତିନିଧି ଏବଂ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନେ ଯୋଗଦାନ ସେ କରିଥିଲେ । ସର୍ବ ଶେଷରେ ଶ୍ରୀଯୁକ୍ତ ପିତବାସ ବେହେରା,ଜିଲ୍ଲା ସଂଯୋଜକ, ଏକ୍ସନ ଏଡ଼, ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ