ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମୋତ୍ସବ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଶ୍ରୀ ଶ୍ରୀ ସତ୍ୟସାଇବାବାଙ୍କ ୯୫ତମ ଜୟନ୍ତୀ ସୋମବାର ମଞ୍ଜୁରୀରୋଡ ସତ୍ୟସାଇ ଭଜନମଣ୍ଡଳୀ ଆନୁକୂଲ୍ୟରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃରେ ଓଁ କାର, ସୁପ୍ରଭାତମ, ଷୋଡଶ ଉପଚାର ପୂଜା ସହ ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ କରାଯାଇଥିଲା । ଏଥିସହ ଦରିଦ୍ର ନାରାୟଣ ମାନଙ୍କୁ କମ୍ବଳ ଓ ଖାଦ୍ୟ ବଣ୍ଟନ ହୋଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ରବିବାର ଦିନ ଭଜନମଣ୍ଡଳୀ ପକ୍ଷରୁ ଆଖପାଖ ଗ୍ରାମରେ ଲଡୁପ୍ରସାଦ ସହ ସନାତନ ସାରଥି ଓ ବାଳବିକାଶ ପୁସ୍ତିକା ବିତରଣ କରାଯାଇଥିଲା । ସନ୍ଧ୍ୟାରେ ସଂଗଠନର ସଦସ୍ୟାମାନେ ଘରେ ଘରେ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବା ସହ ଜନ୍ମଦିନ କେକ୍ କଟାଇ ଦିବ୍ୟଆରତୀ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ସତ୍ୟସାଇ ଭଜନମଣ୍ଡଳୀର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ