ବର୍ଷା ହେଲେ ବଢୁଛି ସମସ୍ୟା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତର କାନୁନଗୋସାହି ରାସ୍ତାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ସାମାନ୍ୟ ବର୍ଷାରେ ଗାଁର ମୁଖ୍ୟରାସ୍ତାରେ ପାଣି ଜମି ରହୁଥିବା ଦେଖାଯାଉଛି । ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗାଁ ଦେଇ ଯାଇଥିବା ମୁଖ୍ୟରୁ ବିଭିନ୍ନ ସାହିକୁ କଂକ୍ରିଟ ରାସ୍ତା ସଂଯୋଗ କରାଯାଇଛି । ବିଭିନ୍ନ ସ୍ଥାନରେ ଘର ନିର୍ମାଣ ଫଳରେ ଜଳ ନିଷ୍କାସନର ପଥରୋଧ ହୋଇଯାଇଛି । ରାସ୍ତା ନିର୍ମାଣ ବେଳେ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଜଳ ନିଷ୍କାସନ ପାଇଁ ଡ୍ରେନଜ ବ୍ୟବସ୍ଥା କରାଯାଇନାହିଁ । ଚାରି ପାଶ୍ୱର୍ରେ ରାସ୍ତା ଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଥିବାର ଦେଖିବାକୁ ମିଳୁଛି । ଏହି ଗ୍ରାମ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତ ନିର୍ମାଣ ହୋଇଛି । ଏହି ରାସ୍ତାରେ ପ୍ରତ୍ୟେହ ଯାତ୍ରୀବାହୀ, ମାଲବାହି ଗାଡି ଯିବା ସହିତ ପଥଚାରୀମାନେ ଯିବା ଆସିବା କରିଥାନ୍ତି । ରାସ୍ତାକୁ ଦିର୍ଘ ଦିନ ହେବା ମରାମତି କରାଯାଇନାହିଁ । ଯାହାଫଳରେ ରାସ୍ତା ଉପରେ ଥିବା କଂକ୍ରିଟରୁ ଗୋଡି ଉଠି ଖାଲଖମାରେ ପରିଣତ ହୋଇଛି । ରାସ୍ତାରେ ପାଣି ବୁଡି ରହିବାରୁ ଗାଡିରେ ଯିବା ଆସିବା କରୁଥିବା ଜନସାଧାରଣମାନେ ଖାଲ ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା ଦେଇ ତିରୁଣା,ଡାବର, ଡେରିକି, ନାଉଗାଁ ପଂଚାୟର ଅଧିକାଂଶ ଗ୍ରାମର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ଉକ୍ତ ପଂଚାୟତରୁ ଶହ ଶହ ଜନସାଧାରଣ ଆସୁଥିବା ବେଳେ ସ୍ଥାନୀୟ ଗ୍ରାମରୁ ଛୋଟ ଛୋଟ ପିଲା ଓ ବୃଦ୍ଧବୃଦ୍ଧାମାନେ ଯିବା ଆସିବା କରୁଛନ୍ତି । ରାସ୍ତାରେ ପାଣି ଜମି ରହୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏହି ଗ୍ରାମରେ ୫୦ରୁ ଉଦ୍ଧ୍ୱର୍ ପରିବାର ବାସ କରୁଥିବା ବେଳେ ବର୍ଷା ହେଲେ ରାସ୍ତାରେ ଯିବା ଆସିବା କରିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଦୀର୍ଘ ଦିନ ପାଣି ଜମି ରହିବା ହେତୁ ପାଣିରେ ଯିବା ଆସିବା କାରଣରୁ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । ଉକ୍ତ ଗ୍ରାମର ରାସ୍ତାରେ ପାଣି ଜମି ରହୁଥିଲେ ମଧ୍ୟ ନିଷ୍କାସନର ବ୍ୟବସ୍ଥା କରାଯାଉନାହିଁ । ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ନିଷ୍କାସନ ବ୍ୟବସ୍ଥା କରାଯାଉନାହିଁ । ଏପରିକି ଅଧିକ ବର୍ଷା ହେଲେ ଘର କାନ୍ଥରେ ପାଣି ଲାଗି ରହୁଛି । ଉକ୍ତ ରାସ୍ତାରୁ ପାଣି ନିଷ୍କାସନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶସାନ ନିକଟରେ ଦାବି କରାଯାଇଛି । ଏବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ସହ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ