କଟକରେ IIFLରୁ ଡକାୟତି ଘଟଣାର ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ
କଟକ,(ଦୀପକ୍ କୁମାର ବେଉରା): କଟକ ନୟାସଡକ ସ୍ଥିତ IIFLରୁ ଡକାୟତି ଘଟଣାରେ ସଂସ୍ଥା ର କର୍ମଚାରୀ ହିଁ ଲୁଟ୍ର ମାଷ୍ଟରମାଇଣ୍ଡ | ପ୍ରେସମିଟ୍ରେ ସୂଚନା ଦେଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ୪ ଅଭିଯୁକ୍ତ ଅଟକ, ୨ କେଜି ସୁନା ଓ ୨ଟି ବାଇକ୍ ଜବତ, ଲୁଟ୍ ଘଟଣାରେ ଘର ଢିଙ୍କି କୁମ୍ଭୀର ବୋଲି କହିଲେ ପୋଲିସ କମିସନର ।ଦିନରେ ଘଟଣାର ପର୍ଦ୍ଦାଫାସ କଲା କମିସନରେଟ ପୋଲିସ, ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଥିଲା। IIFL କର୍ମଚାରୀ ଲାଲା ଅମୃତ ରାୟ ଓ ବାପୁ ରଞ୍ଜନ ବେହେରା ଡକାୟତିରେ ସମ୍ପୃକ୍ତ, ପ୍ରେସମିଟ୍ରେ ସୂଚନା ଦେଲେ ପୋଲିସ କମିସନର। ରାଜ କିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା, ବାପୁ ଓରଫ ସନ୍ତୋଷ ଭୋଇ ଅଟକ, ଲୁଟ୍ର ମାଷ୍ଟମାଇଣ୍ଡ ବାପୁ ଓରଫ ରଞ୍ଜନ ବେହେରା, ବାପୁ, ରାଜକିଶୋର, ବିଜୁ ଓ ପଦିଆର ଘର କିଶନନଗର ବିଶ୍ବନାଥପୁରରେ,ବାପିର ଘର ବହୁଗ୍ରାମରେ, ପୋଲିସ କମିଶନର୍ଙ୍କ ସୂଚନା ।


