ବାଇକ୍‍ ଦୁର୍ଘଟଣାରେ ଜଣେ ମୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅନ୍ତର୍ଗତ ବେହେରାଗାଁ ରାସ୍ତାରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧା ରିନ୍ଧ ଦିଗାଲଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।ଖବର ପ୍ରକାରେ, ପାଣିକିଆ ଗ୍ରାମର ରିନ୍ଧ ଦିଗାଲ(୬୦) ଆଜି ବିଦ୍ୟୁତ୍‍ ବିଲ୍‍ ବାନ୍ଧିବା ପାଇଁ ବେହେରା ଗ୍ରାମକୁ ଯାଇଥିଲେ । ବିଦ୍ୟୁତ୍‍ ବିଲ୍‍ ବାନ୍ଧି ସେ ଫେରୁଥିବା ବେଳେ ପଛପଟୁ ଏକ ବାଇକ୍‍ ଧକ୍କା ଦେଇଥିଲେ । ଫଳରେ ବୃଦ୍ଧା ଜଣକ ଗୁରୁତର ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କୁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ନାତି ଟିକାବାଲି ଥାନାରେ ଏକ ଏତଲା ଦେଇଥିବା ବେଳେ ପୁଲିସ୍‍ ଏକ ମାମଲା ରୁଜୁକରି ବାଇକ୍‍ ଜବତ କରିବା ସହିତ ବାଇକ୍‍ ଆହତ ବାଇକ୍‍ ଚାଳକ ଜହନଲାଲ୍‍ ପ୍ରଧାନ ନାମରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଉଛି । ବାଇକ୍‍ ଚାଳକ ମଧ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ